କୋଟିଆ ପ୍ରସଙ୍ଗ : ସୁପ୍ରିମକୋର୍ଟରେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଉଚ୍ଚସ୍ତରୀୟ ବୈଠକ ନେଇ କୋରାପୁଟ ଜିଲ୍ଲାପାଳଙ୍କ ସୂଚନା

କୋରାପୁଟ- କୋଟିଆ ପ୍ରସଙ୍ଗ ନେଇ କୋରାପୁଟ ଜିଲ୍ଲାପାଳ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ସୁପ୍ରିମକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ପୂର୍ବରୁ ଉଚ୍ଚସ୍ତରୀୟ ବୈଠକ ହେବ । ବୈଠକରେ ଉପସ୍ଥିତ ରହିବେ ରାଜସ୍ୱ ଓ ଆଇନ ବିଭାଗର ପ୍ରମୁଖ ସଚିବ । ସୁପ୍ରିମକୋର୍ଟ ଏଆରଓ, ଲିଗାଲ ଟିମ୍ ଓ କୋରାପୁଟ ଜିଲ୍ଲା ପ୍ରଶାସନ ମଧ୍ୟ ବୈଠକରେ ଉପସ୍ଥିତ ରହିବେ । ଉଲ୍ଲେଖଯୋଗ୍ୟ ଯେ, ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ଆଦେଶକୁ ବେଖାତିର କରି କୋଟିଆରେ ଆନ୍ଧ୍ର ପଂଚାୟତ ନିର୍ବାଚନ କରିଛି । ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ଅଭିଯୋଗ ଆଣି ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି ଓଡିଶା ସରକାର । ଓଡିଶାର ପିଟିସନ ଉପରେ ଆନ୍ଧ୍ରକୁ ଜବାବ ତଲବ କରିଛନ୍ତି ସୁପ୍ରିମକୋର୍ଟ ।

Comments are closed.