ବିଧାନସଭା ବଜେଟ ଅଧିବେଶନ : କାଲି ସର୍ବଦଳୀୟ ବୈଠକ

ଭୁବନେଶ୍ୱର- ଆସନ୍ତା ୧୮ ତାରିଖରୁ ବିଧାନସଭାର ବଜେଟ ଅଧିବେଶନ ପୂର୍ବରୁ ଆସନ୍ତାକାଲି ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବ । ଗୃହ କାର୍ଯ୍ୟ ସୁରୁଖୁରୁରେ ପରିଚାଳନା ହେବା ନେଇ ବୈଠକରେ ଆଲୋଚନା କରାଯିବ । ଏଣେ ବିଭିନ୍ନ ରାଜନୈତିତ ଦଳ ବିଧାନସଭାର ଏହି ଗୁରୁତ୍ୱପୂଣ୍ଣ ର୍ ଅଧିବେଶନ ପାଇଁ ପ୍ରସ୍ତୁତ ହେଉଛନ୍ତି । ଆସନ୍ତାକାଲି ଅପରାହ୍ନ ସାଢେ ୫ଟାରେ ବସିବ ବିଜେଡି ବିଧାୟକ ଦଳ ବୈଠକ । କାଲି ଦିନ ସାଢେ ୧୧ଟାରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ବାସଭବନରେ ବିଜେପି ବିଧାୟକ ଦଳ ବୈଠକ ମଧ୍ୟବସିବ ।

Comments are closed.