ଶିମିଳିପାଳ ନିଆଁ : ପ୍ରଶାସନ ପକ୍ଷରୁ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ

ବାରିପଦା- ଶିମିଳିପାଳ ଜଙ୍ଗଲରେ ନିଆଁ ସମସ୍ତଙ୍କୁ ବ୍ୟସ୍ତବିବ୍ରତ କରିଛି । ସାଧାରଣ ଲୋକ,ପରିବେଶ ପ୍ରେମୀ ସମସ୍ତଙ୍କୁ ବ୍ୟଥିତ କରିଛି ଜଙ୍ଗଲ ନିଆଁ । ନିଆଁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଜାରି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ଅଭିଯାନ ମଧ୍ୟ ହାତକୁ ନିଆଯାଇଛି ।

ଶିମଳପାଳ ଜଙ୍ଗଲ ନିକଟବର୍ତ୍ତୀ ଥିବା ଅନେକ ଗାଁରେ ସଚେତନତାର ବାର୍ତ୍ତା ପ୍ରଚାର କରୁଛି ପ୍ରଶାସନ । ଜଙ୍ଗଲ ନିଆଁର ମୁକାବିଲା ଓ ନିୟନ୍ତ୍ରଣ କିଭଳି କରିହେବ, ସେ ବାବଦର ସଚେତନ କରାଯିବା ସହ ସ୍ଥାନୀୟ ଲୋକଙ୍କଠାରୁ ମତାମତ ବି ଲୋଡାଯାଉଛି । ଗ୍ରାମସ୍ତରୀୟ ଗୋଷ୍ଠୀ ସଭାସମିତି କରାଯାଇ ଗାଁ ଲୋକଙ୍କୁ ସଚେତନ କରାଯାଇଛି । ଲୋକେ ବି ପ୍ରଶାସନକୁ ସହ ଯୋଗ କରିବାକୁ ଆଗେଇ ଆସୁଛନ୍ତି । ଯଶୀପୁର ବ୍ଲକ ପୋଡାଗଡ, ଧଳାବଣି ଆଦି ଗାଁରେ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ପ୍ରଶାସନର ଏହି ପଦକ୍ଷେପକୁ ପ୍ରଶଂସା କରାଯାଉଛି ।

Comments are closed.