ଭୁବନେଶ୍ୱର- ମହାନ ଆଧ୍ୟାତ୍ମିକ ଗୁରୁ ଓ ଦେଶଭକ୍ତ ସ୍ୱାମୀ ବିବେକାନନ୍ଦଙ୍କ ଆଜି ଜୟନ୍ତୀ । ତାଙ୍କ ଜନ୍ମଦିବସକୁ ଜାତୀୟ ଯୁବ ଦିବସ ଭାବେ ସାରା ଦେଶରେ ପାଳନ କରାଯାଉଛି । ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାମୀ ବିବେକାନନ୍ଦଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
କୋଭିଡ -୧୯ ମହାମାରୀ ବେଳେ ରକ୍ତଦାନ ପାଇଁ ଯୁବକମାନେ ଆଗେଇ ଆସିଥିବାରୁ ସେମାନଙ୍କୁ ପ୍ରଶଂସା କରିଛନ୍ତି ନବୀନ । ରକ୍ତଦାନ କରି ମୂଲ୍ୟବାନ ଜୀବନ ବଂଚାଇବାକୁ ଯୁବକମାନଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
Humble tributes to the great spiritual guru & patriot, #SwamiVivekananda on his birth anniversary, celebrated as #NationalYouthDay. The humane gesture of young blood donors during #COVID19 is praiseworthy. Appeal the youth to voluntarily donate blood to save precious lives. pic.twitter.com/UP1XK9bCdV
— Naveen Patnaik (@Naveen_Odisha) January 12, 2021