ଅକ୍ଷୟ କୁମାରଙ୍କୁ କରୋନା

ମୁମ୍ବାଇ – କରୋନା ଆକ୍ରାନ୍ତ ହୋଇଥିବା ବଲିଉଡ୍ ସେଲିବ୍ରିଟିଙ୍କ ତାଲିକାରେ ଏବେ ଅକ୍ଷୟ କୁମାରଙ୍କ ନାମ ଯୋଡି ହୋଇଯାଇଛି । ଅକ୍ଷୟ କରୋନା ପଜିଟିଭ୍ ହୋଇଛନ୍ତି । ସେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ନିକଟରେ ତାଙ୍କ ସହ ଯେଉଁମାନେ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ ନିଜର କରୋନା ଟେଷ୍ଟ କରିବାକୁ ଅକ୍ଷୟ ଅନୁରୋଧ କରିଛନ୍ତି ।

ଅକ୍ଷୟ ଆଜି ଟ୍ୱିଟ କରି କହିଛନ୍ତି ଯେ, ସେ କରୋନା ପଜିିଟିଭ୍ ହୋଇଛନ୍ତି । ସବୁ କୋଭିଡ୍ ପ୍ରୋଟୋକଲ ପାଳନ ପୂର୍ବକ ସେ ଘରେ ଆଇସୋଲେସନରେ ରହିଛନ୍ତି । ଖୁବଶୀଘ୍ର ସେ ସୁସ୍ଥ ହୋଇ ଫେରିବେ । ନିକଟରେ ଅକ୍ଷୟ ତାଙ୍କ ନୂଆ ଫିଲ୍ମ ‘ବେଲ ବଟମ୍‌’ ଓ ‘ଅତରଙ୍ଗୀ ରେ’ର ସୁଟିଂ ଶେଷ କରିଥିଲେ । କିଛିଦିନ ତଳେ ତାଙ୍କର ଆଉ ଏକ ଫିଲ୍ମ ‘ ରାମସେତୁ’ର ସୁଟିଂ କାର୍ଯ୍ୟ ଆରମ୍ଭ ହୋଇଥିଲା ।

Comments are closed.