ଅକ୍ସଫୋର୍ଡ ଟିକାକୁ ମିଳିପାରେ ସବୁଜ ସଙ୍କେତ

ନୂଆଦିଲ୍ଲୀ – ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଦ୍ୱାରା ବିକଶିତ ଟିକାକୁ ଭାରତରେ ଖୁବ୍ ଶୀଘ୍ର ଅନୁମତି ମିଳିବ । ଆସନ୍ତା ସପ୍ତାହ ସୁଦ୍ଧା ଏହି ଟିକାର ଜରୁରୀ ବ୍ୟବହାର ପାଇଁ ସବୁଜ ସଙ୍କେତ ମିଳିବା ସମ୍ଭାବନା ରହିଛି । କେନ୍ଦ୍ର ବିଶେଷଜ୍ଞ କମିଟି ଏହି ଟିକା ସମ୍ବନ୍ଧୀୟ ଅଧିକ ତଥ୍ୟ ଲୋଡିଥିଲା । ଭାରତରେ ଏହି ଟିକା ପ୍ରସ୍ତୁତ କରୁଥିବା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍‌ଆଇଆଇ) ସବୁ ଆବଶ୍ୟକୀୟ ତଥ୍ୟ ଦାଖଲ କରିସାରିଥିବା ବିଶ୍ୱାସଯୋଗ୍ୟ ସୂତ୍ରରୁ ଜଣାପଡିଛି ।

ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକାକୁ ଅନୁମତି ଦେବାରେ ଭାରତ ପ୍ରଥମ ଦେଶ ହେବ ।
ବିଶ୍ୱର ସବୁଠୁ ବୃହତ ଟିକା ପ୍ରସ୍ତୁତକାରୀ ଦେଶ ଭାରତରେ ଜାନୁୟାରୀରୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବା ସମ୍ଭାବନା ରହିଛି । ଏଥିପାଇଁ ପ୍ରସ୍ତୁତି ଚାଲିଛି । ଅକ୍ସଫୋର୍ଡ ଟିକା ସହ ଫାଇଜର ଓ ସ୍ୱଦେଶୀ କମ୍ପାନୀ ଭାରତ ବାୟୋଟେକର ଟିକାର ଜରୁରୀ ବ୍ୟବହାର ପାଇଁ ମଧ୍ୟ ଅନୁମତି ମିଳିପାରେ । ତେବେ ଆଷ୍ଟ୍ରାଜେନେକା-ଅକ୍ସଫୋର୍ଡ ଟିକା ସବୁଠୁ ଶସ୍ତା ବୋଲି କୁହାଯାଉଛି । ଏହି ଟିକା ବି ସହଜରେ ସାଧାରଣ ଫିଜ୍‌ରେ ସଂରକ୍ଷିତ ରଖି ହେବ ।

Comments are closed.