ଅକ୍ସିଜେନ ଯୋଗାଣରେ ଓଡିଶାର ରେକର୍ଡ, ୧୦ ହଜାର ମେଟ୍ରିକ ଟନ୍ ଟପିଲା ଅକ୍ସିଜେନ ଯୋଗାଣ

ଭୁବନେଶ୍ୱର- କୋରୋନା ମହାମାରୀର ଭୟଙ୍କର ଦ୍ୱିତୀୟ ଲହର ସଂଗୀନ୍ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ଯୋଗାଇ ସହାୟତାର ହାତ ବଢାଇଛି ଓଡିଶା । ଏ ଯାଏଁ ଓଡିଶା ରେକର୍ଡ ପରିମାଣରେ ଅକ୍ସିଜେନ ଅନ୍ୟରାଜ୍ୟକୁ ଯୋଗାଇଛି । ଗତକାଲି ସୁଦ୍ଧା ଓଡିଶା ୧୦ ହଜାର ୨୭୦ ମେଟ୍ରିକ ଟନ୍ ଅକ୍ସିଜେନ ଯୋଗାଇଛି, ଯାହା କି ଏକ ରେକର୍ଡ । ୫୫୯ଟି ଟ୍ୟାଙ୍କର ଯୋଗେ ୧୧ ରାଜ୍ୟକୁ ଅକ୍ସିଜେନ ଯୋଗାଇଛି ଓଡିଶା । ନବୀନ ସରକାରଙ୍କ ଏହି ଉଦ୍ୟମ ସବୁଆଡେ ପ୍ରଶଂସାଭାଜନ ହୋଇଛି ।

Comments are closed.