ଅଗଷ୍ଟ ପହିଲାରୁ କାର୍ଯ୍ୟକ୍ଷମ ହେବ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ

ବ୍ରହ୍ମପୁର- ଚଳିତବର୍ଷ ଅଗଷ୍ଟ ପହିଲାରୁ କାର୍ଯ୍ୟକ୍ଷମ ହେବ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ । ବ୍ରହ୍ମପୁରର ଏହି ପୁରାତନ ଓ ଐତିହାସିକ ମହାବିଦ୍ୟାଳୟକୁ ଗତ ସପ୍ତାହରେ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ଆଜି ଏ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଖଲ୍ଲିକୋଟ ସ୍ୱଂୟଶାସିତ ମହାବିଦ୍ୟାଳୟକୁ ଅପଗ୍ରେଡ୍ କରାଯାଇଛି ବୋଲି ରାଜ୍ୟ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର କହିଛନ୍ତି । ଓଡିଶା ବିଶ୍ୱବିଦ୍ୟାଳୟ ଆଇନ୍ ୧୯୮୯ର ଧାରା ୩୨ର ଉପଧାରା -୧ ଓ ୨ରେ ଉଲ୍ଲେଖ କ୍ଷମତା ଅନୁସାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଖଲ୍ଲିକୋଟ ସ୍ୱଂୟଶାସିତ ମହାବିଦ୍ୟାଳୟକୁ ଅପଗ୍ରେଡ୍ କରାଯାଇଥିବା ଉଚ୍ଚଶିକ୍ଷା ସଚିବ କହିଛନ୍ତି ।

Comments are closed.