ଅମିତ ଶାହଙ୍କ ବିରୋଧରେ ମାନହାନି ମାମଲା ଦାୟର କରିବାକୁ ନାରାୟଣସ୍ୱାମୀଙ୍କ ଚେତାବନୀ

ପୁଡୁଚେରୀ – ଦୁର୍ନୀତି ଅଭିଯୋଗ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିବାକୁ ଚେତବାନୀ ଦେଇଛନ୍ତି ପୁଡୁଚେରୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ୱାମୀ । ପୁଡୁଚେରୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଞ୍ଜୁର କରିଥିବା ୧୫,୦୦୦ କୋଟି ନାରାୟଣସ୍ୱାମୀ ସରକାର ଆତ୍ମସାତ୍ କରିଛି ବୋଲି ଶାହ ଅଭିଯୋଗ କରିଥିଲେ ।

ଅମିତ ଶାହା ମୋ ବିରୋଧରେ ଯେଉଁ ଅଭିଯୋଗ କରିଛନ୍ତି, ତାହା ଅତ୍ୟନ୍ତ ଗମ୍ଭୀର । ସେ କହିଛନ୍ତି ଯେ, କେନ୍ଦ୍ର ଦେଇଥିବା ୧୫ ହଜାର କୋଟି ଅର୍ଥରୁ ଅଧାଭାଗ ମୁଁ ଗାନ୍ଧୀ ପରିବାରକୁ ଦେଇଛି । ଶାହ ଯଦି ଏହି ଅଭିଯୋଗକୁ ପ୍ରମାଣିତ ନ କରନ୍ତି, ତେବେ ମିଛ ବୟାନ ଦେଇ ମୋର ଏବଂ ଗାନ୍ଧୀ ପରିବାରର ଛବି ଖରାପ କରିବା ପାଇଁ ମୁଁ ତାଙ୍କ ବିରୋଧରେ ମାନହାନି ମାମଲା କରିବି ବୋଲି ନାରାୟଣସ୍ୱାମୀ କହିଛନ୍ତି ।

ଅମିତ ଶାହ ଯେଉଁ ଅଭିଯୋଗ କରିଛନ୍ତି, ତାହା ପ୍ରମାଣିତ ନ କରିପାରିଲେ ସେ ତାଙ୍କୁ ଓ ପୁଡୁଚେରୀ ଲୋକଙ୍କୁ କ୍ଷମା ମାଗିବାକୁ ପଡିବ ବୋଲି ନାରାୟଣସ୍ୱାମୀ କହିଛନ୍ତି ।

Comments are closed.