ଅର୍ଣ୍ଣବଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ପାଇଁ କଂଗ୍ରେସର ଦାବି

ନୂଆଦିଲ୍ଲୀ – ରିପବ୍ଲିକ୍ ଟିଭିର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ହ୍ୱାଟ୍‌ସଆପ୍ ଚାଟ୍ ମାମଲାରେ ମୋଦି ସରକାର ଉପରେ ଆକ୍ରମଣକୁ ଜୋରଦାର କରିଛି କଂଗ୍ରେସ । ଅର୍ଣ୍ଣବ ଓ ‘ବାର୍କ’ର ପୂର୍ତତନ ସିଇଓ ପାର୍ଥ ଦାସଗୁପ୍ତାଙ୍କ ମଧ୍ୟରେ ହ୍ୱାଟ୍‌ସଆପ୍ ବାର୍ତ୍ତଳାପ ଜାତୀୟ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଦଳ ଅଭିଯୋଗ କରିଛି । କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନୀ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପୁଲୱାମାରେ ୪୦ ଭାରତୀୟ ଯବାନ ସହିଦ୍ ହେବା ଘଟଣାକୁ ନେଇ ଦାସଗୁପ୍ତାଙ୍କ ସହ ହ୍ୱାଟ୍‌ସଆପ୍ ଚାଟ୍‌ରେ ଯେଉଁଭଳି ଭାଷା ବ୍ୟବହାର କରିଥିଲେ, ତାହା ନିନ୍ଦନୀୟ । କୌଣସି ଶତ୍ରୁ ଦେଶ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଜଣେ ସାମ୍ବାଦିକ (ଅର୍ଣ୍ଣବ)ଙ୍କୁ ଆଗୁଆ ସୂଚନା ମିଳିବା ଚିନ୍ତାଜନକ ବିଷୟ । କାରଣ ଏଭଳି ତଥ୍ୟ ଗୋପନୀୟ ରହିବା ଉଚିତ । ଜାତୀୟ ସୁରକ୍ଷା ସମ୍ପର୍କିତ ଗୋପନୀୟ ତଥ୍ୟ ପ୍ରଘଟ କରିବା ଦେଶଦ୍ରୋହ ଅଟେ । ଏହି ମାମଲାରେ ସମ୍ପୃକ୍ତ ଦୋଷୀଙ୍କୁ ଅଫିିସିଆଲ୍ ସିକ୍ରେଟ୍ସ ଆକ୍ଟ ଅନୁସାରେ ଦଣ୍ଡ ମିଳିବା ଉଚିତ ବୋଲି ଆଣ୍ଟୋନୀ କହିଛନ୍ତି ।

Comments are closed.