ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆ ବୋଲର ବୁମରା ଓ ସିରାଜ ବର୍ଣ୍ଣ ବୈଷମ୍ୟର ଶିକାର

ନୂଆଦିଲ୍ଲୀ – ଅଷ୍ଟ୍ରେଲିଆ ଗସ୍ତରେ ଆଉ ଏକ ବଡ ବିବାଦ ସାମ୍ନାକୁ ଆସିଛି । ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମରା ଏବଂ ମହମ୍ମଦ ସିରାଜ ବର୍ଣ୍ଣ ବୈଷମ୍ୟ ଆକ୍ଷେପର ଶିିକାର ହୋଇଛନ୍ତି । ସିଡନୀ ଟେଷ୍ଟର ତୃତୀୟ ଦିନରେ ବୁମରା ଏବଂ ସିରାଜ ଏନେଇ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟକୁ ଅଭିିଯୋଗ କରିଛନ୍ତିି । ସୂଚନା ଅନୁଯାୟୀ, ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ବସିଥିବା କିଛି ଦର୍ଶକ ଏହି ଦୁଇ ଖେଳାଳିଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେବା ସହ ଜାତିଆଣ ଟିପ୍ପଣୀ କରିଥିଲେ ।ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ଅଧିକାରୀମାନେ ଏହି ଘଟଣାରେ ଆପତ୍ତି ଉଠାଇଛନ୍ତି ।

ଅଷ୍ଟ୍ରେଲୀୟ ଖବରକାଗଜ ଡେଲି ଟେଲିଗ୍ରାଫ ଅନୁଯାୟୀ, ତୃତୀୟ ଦିନର ଖେଳ ଶେଷ ହେବା ପରେ ଟିମ୍ ଇଣ୍ଡିଆର ଅଧିକାରୀମାନେ ଭାରତୀୟ ଡ୍ରେସିଂ ରୁମ୍ ବାହାରେ ଆଇସିସି ଏବଂ ଷ୍ଟାଡିୟମ୍ ସୁରକ୍ଷା ଅଧିକାରୀଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ଏହି ବାର୍ତ୍ତାଳାପ ସମୟରେ ଯଶପ୍ରୀତ ବୁମରା ଏବଂ ମହମ୍ମଦ ସିରାଜ ମଧ୍ୟ ଉପସ୍ଥିତ ଥିଲେ।
ଖବର ଅନୁଯାୟୀ, ସିରାଜ ଏବଂ ବୁମରା ଗତ ଦୁଇ ଦିନ ଧରି ବର୍ଣ୍ଣ ବୈଷମ୍ୟ ମନ୍ତବ୍ୟ ସହ ଦର୍ଶକଙ୍କ ଦୁର୍ବ୍ୟବହାର ସାମ୍ନା କରୁଛନ୍ତି। ତୃତୀୟ ଦିନର ଖେଳ ଶେଷ ହେବା ପରେ କ୍ୟାପଟେନ ଅଜିଙ୍କ୍ୟ ରାହାଣେ ମ୍ୟାଚ୍ ଅଧିକାରୀ ଏବଂ ସୁରକ୍ଷା ଅଧିକାରୀଙ୍କ ସହ କଥା ହୋଇଥିଲେ।ରାହାଣେ କହିଛନ୍ତି ଯେ ରାଣ୍ଡୱିକ୍ ଏଣ୍ଡରେ ବସିଥିବା କିଛି ଦର୍ଶକ ଫାଇନ୍ ଲେଗ୍ ରେ ଫିଲ୍ଡିଂ କରୁଥିବା ସିରାଜଙ୍କୁ ଦୁର୍ବ୍ୟବହାର କରିଥିଲେ।
ସିଡନୀ ଗ୍ରାଉଣ୍ଡରେ ଚାଲିଥିବା ଏହି ଟେଷ୍ଟରେ ଦୈନିକ କେବଳ ୧୦ ହଜାର ଦର୍ଶକଙ୍କୁ ଅନୁମତି ମିଳୁଛି। ତଥାପି ଏପରି ନିନ୍ଦନୀୟ ଘଟଣା ଘଟୁଛି । ତୃତୀୟ ଦିନର ଖେଳ ପରେ ଯଶପ୍ରୀତ ବୁମରା ଓ ସିରାଜ ସୁରକ୍ଷା ଅଧିକାରୀଙ୍କ ସହ କଥା ହୋଇଥିଲେ । ଉଭୟ ଅମ୍ପାୟାର ଏବଂ ମ୍ୟାଚ୍ ରେଫରି ଡେଭିଡ ବୁନ୍ ମଧ୍ୟ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ସହ ଏହି ପ୍ରସଙ୍ଗରେ କଥା ହୋଇଛନ୍ତି।

Comments are closed.