ଆଇସିସି ଦଶନ୍ଧି ପୁରସ୍କାର: କୋହଲି ଶ୍ରେଷ୍ଠ ଦିନିକିଆ ଖେଳାଳି, ଧୋନିଙ୍କୁ ସ୍ପିରିଟ୍ ଅଫ୍ କ୍ରିକେଟ୍ ପୁରସ୍କାର

ଦୁବାଇ – ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଦଶନ୍ଧିର ଶ୍ରେଷ୍ଠ ଆଇସିସି ଦିନିକିଆ ଖେଳାଳି ବିବେଚିତ ହୋଇଛନ୍ତି । କୋହଲି ମଧ୍ୟ ଦଶନ୍ଧିର ଶ୍ରେଷ୍ଠ ପୁରୁଷ ଖେଳାଳି (ସବୁ ଫର୍ମାଟରେ) ଭାବେ ସାର ଗାରିଫିଲ୍ଡ ସୋବର୍ସ ପୁରସ୍କାର ଜିତିଛନ୍ତି । ଗତ ଏକ ଦଶନ୍ଧିରେ କୋହଲି ଏକମାତ୍ର ଖେଳାଳି ଯିଏ କି ଦିନିକିଆ ଫର୍ମାଟରେ ୧୦ ହଜାରରୁ ଊର୍ଦ୍ଧ୍ୱ ରନ୍ କରିବା ସହ ୩୯ଟି ଶତକ ଓ ୪୮ ଅର୍ଦ୍ଧଶତକ ହାସଲ କରିଛନ୍ତି ବୋଲି ଆଇସିସି ଟ୍ୱିଟ୍ କରିଛି । ଏହି ସମୟରେ ତାଙ୍କ ଦିନିକିଆ ଆଭରେଜ ହେଉଛି ୬୧.୩୮ ଏବଂ ସେ ୧୧୨ଟି କ୍ୟାଚ୍ ମଧ୍ୟ ନେଇଛନ୍ତି । ଆଇସିସି ଦ୍ୱାରା ପୋଷ୍ଟ ହୋଇଥିବା ଏକ ଭିଡିଓରେ କୋହଲି ନିଜ କ୍ୟାରିୟରର ତିନୋଟି ବଡ଼ ଉପଲବ୍ଧି ବିଷୟରେ କହିଛନ୍ତି । ଏହି ତିନି ବଡ଼ ଉପଲବ୍ଧି ହେଲା ୨୦୧୧ ବିଶ୍ୱକପ୍ ବିଜୟ, ୨୦୧୩ ଚାମ୍ପିୟନ୍ସ ଟ୍ରଫି ଏବଂ ୨୦୧୮-୧୯ରେ ଅଷ୍ଟ୍ରେଲିଆରେ ପ୍ରଥମ ଥର ଟେଷ୍ଟ ସିରିଜ୍ ବିଜୟ । ଆଧୁନିକ ଯୁଗର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ବିବେଚିତ କୋହଲି ଗତକାଲି ଘୋଷିତ ଦଶନ୍ଧିର ଶ୍ରେଷ୍ଠ ଆଇସିସି ଟେଷ୍ଟ, ଦିନିକିଆ ଓ ଟି୨୦ ଦଳରେ ସ୍ଥାନ ପାଇଥିଲେ । କୋହଲିଙ୍କୁ ଦଶନ୍ଧିର ଟେଷ୍ଟ ଦଳର ଅଧିନାୟକ ମନୋନୀତ କରାଯାଇଥିଲା । ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ସ୍ପିରିଟ୍ ଅଫ୍ କ୍ରିକେଟ୍ ପୁରସ୍କାର ମିିଳିଛି ।

ସେହିପରି ଅଷ୍ଟ୍ରେଲୀୟ ଷ୍ଟାର ଷ୍ଟିଭ୍ ସ୍ମିଥ୍ ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ ଖେଳାଳି ବିବେଚିତ ହୋଇଥିବା ବେଳେ ଆଫଗାନିସ୍ତାନର ଷ୍ଟାର ସ୍ପିନର ରସିଦ ଖାନ୍ ଶ୍ରେଷ୍ଠ ଟି୨୦ ଖେଳାଳି ପୁରସ୍କାର ଜିତିଛନ୍ତି । ମହିଳା ବର୍ଗରେ ଅଷ୍ଟ୍ରେଲିଆର ଏଲିସି ପେରୀ ଦଶନ୍ଧିର ଶ୍ରେଷ୍ଠ ଦିନିକିଆ, ଟି୨୦ ଓ ଟେଷ୍ଟ ଖେଳାଳି ପୁରସ୍କାର କ୍ମ୍‌ିନ୍ ସୁଇପ୍ କରିଛନ୍ତି ।

Comments are closed.