ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ: କୋହଲିଙ୍କୁ ହଟାଇ ବାବର ନମ୍ବର ଓ୍ବାନ

ଦୁବାଇ – ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ଆଧିପତ୍ୟ ଶେଷ ହୋଇଛି । କୋହଲିଙ୍କୁ ପଛରେ ପକାଇ ପାକିସ୍ତାନ ଅଧିନାୟକ ବାବର ଆଜମ ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ସେ ପ୍ରଥମ ଥର ପାଇଁ ଦିନିକିଆରେ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି। ଏହାପୂର୍ବରୁ ବାବର ଟି-୨୦ ରେ ନମ୍ବର -୧ ବ୍ୟାଟ୍ସମ୍ୟାନ୍ ରହିଥିଲେ।
ବିରାଟ ଗତ ୪୧ ମାସ ଧରି ଦିନିକିଆ ର଼୍ୟାଙ୍କିଙ୍ଗରେ ନମ୍ବର-୧ ସ୍ଥାନ ଅକ୍ତିଆର କରିଥିଲେ। ଦିନିକିଆ ର଼୍ୟାଙ୍କିଙ୍ଗରେ ଶୀର୍ଷରେ ପହଞ୍ଚିବାରେ ବାବର ହେଉଛନ୍ତି ପାକିସ୍ତାନର ଚତୁର୍ଥ ବ୍ୟାଟ୍ସମ୍ୟାନ୍। ବାବରଙ୍କ ପୂର୍ବରୁ ପାକିସ୍ତାନର କେବଳ ଜହିର ଅବ୍ବାସ (୧୯୮୩–୮୪), ଜାଭେଦ ମିଆଁଦାଦ (୧୯୮୮-୮୯) ଏବଂ ମହମ୍ମଦ ୟୁସୁଫ (୨୦୦୩) ଦିନିକିଆରେ ନମ୍ବର ଓ୍ବାନ ବ୍ୟାଟ୍ସମ୍ୟାନ୍ ହୋଇଥିଲେ।

ନିକଟରେ ଦକ୍ଷିଣ ଆଫ୍ରିକା ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ଦିନିକିଆ ସିରିଜ୍ ପରେ ଆଇସିସି ସଦ୍ୟତମ ମାନ୍ୟତା ପ୍ରକାଶ କରିଛି। ପାକିସ୍ତାନ ଦଳ ଦିନିକିଆ ସିରିଜକୁ ୨-୧ରେ ଜିତିଥିଲା। ଫଖର ଜମାନଙ୍କ ପରେ ବାବର ଏହି ସିରିଜର ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋରର୍ ହୋଇଥିଲେ | ଫଖର ୧୦୦.୬୭ ଆଭରେଜର ଦୁଇଟି ଶତକ ସହ ୩​​ଟି ମ୍ୟାଚରେ ୩୦୨ ରନ୍ କରିଥିବା ବେଳେ ଏବଂ ବାବର ଗୋଟିଏ ଲେଖାଏଁ ଶତକ ଓ ଅର୍ଦ୍ଧଶତକ ସହ ୭୬ ଆଭରେଜରେ ୨୨୮ ରନ୍ କରିଥିଲେ।

Comments are closed.