ଆଉ ନାହାଁନ୍ତି ‘ମହାଭାରତ’ର ଇନ୍ଦ୍ର ସତୀଶ କୌଲ

ଚଣ୍ଡିଗଡ଼ – ଲୋକପ୍ରିୟ ପୌରାଣିକ ଟିଭି ସିରିଏଲ୍ ‘ମହାଭାରତ’ରେ ଇନ୍ଦ୍ର ଦେବତା ଭୂମିକାରେ ଅଭିନୟ କରିଥିବା ସତୀଶ କୌଲ ଆଉ ନାହାନ୍ତି । ଆଜି ସକାଳ ୧୦ଟାରେ ତାଙ୍କର ପରଲୋକ ହୋଇଯାଇଛି । ସେ କିଛି ଦିନ ତଳେ କରୋନାରେ ସଂକ୍ରମିତ ହୋଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା ।

ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଟ୍ୱିଟ୍ କରି ଏହି ଦିବଂଗତ ଟିଭିଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସତୀଶ ପ୍ରାୟ ୩୦୦ ହିନ୍ଦୀ ଓ ପଞ୍ଜାବୀ ଫିଲ୍ମରେ କାମ କରିଥିଲେ । ଏହାଛଡ଼ା ସେ ‘ମହାଭାରତ’, ‘ସର୍କସ୍‌’ ଓ ‘ବିକ୍ରମ ବେତାଳ’ ଭଳି ଲୋକପ୍ରିୟ ଟିଭି ସିରିଏଲରେ ଅଭିନୟ କରିଥିଲେ ।

Comments are closed.