ଆଜିଠାରୁ ଓଡିଶା କ୍ରିକେଟ ଲିଗ୍‌-ଟି୨୦, ଓଡିଶା ପାନ୍ଥର୍ସ ଓ ଓଡିଶା ପ୍ୟୁମାସ ମଧ୍ୟରେ ଉଦଘାଟନୀ ମ୍ୟାଚ

କଟକ- ଓଡିଶା କ୍ରିକେଟ ଆସୋସିଏସନ ତରଫରୁ ଆଜିଠାରୁ ଆରମ୍ଭ ହେଉଛି ଓଡିଶା କ୍ରିକେଟ ଲିଗ୍‌-ଟି୨୦ । ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଟୁର୍ଣ୍ଣାମେଂଟ୍ । ଉଦଘାଟନୀ ମ୍ୟାଚ ଓଡିଶା ପାନ୍ଥର୍ସ ଓ ଓଡିଶା ପ୍ୟୁମାସ ମଧ୍ୟରେ ଖେଳାଯିବ । ଏହି ଟୁର୍ଣ୍ଣାମେଂଟରେ ୬ଟି ଟିମ୍ ଭାଗ ନେଉଛନ୍ତି । ଓଡିଶା ପାନ୍ଥର୍ସ, ଓଡିଶା ପ୍ୟୁମାସ୍‌, ଓଡିଶା ଟାଇଗର୍ସ, ଓଡିଶା ଚିତାସ୍‌,ଓଡିଶା ଜାଗୁଆର୍ସ ଓ ଓଡିଶା ଲାୟନ୍ସ ପ୍ରତିଯୋଗିତାରେ ଭାଗ ନେଉଛନ୍ତି । କୋଭିଡ ମହାମାରୀ ଯୋଗୁଁ ଏହି ପ୍ରତିଯୋଗିତା ବାୟୋସିକ୍ୟୁର ବବଲ୍ ମଧ୍ୟରେ ଆୟୋଜନ ହେଉଛି । ପ୍ରତିଯୋଗିତାରେ ମୋଟ ୩୦ଟି ମ୍ୟାଚ୍ ଖେଳାଯିବ । ପ୍ରତି ଟିମ ଦୁଇଟି ଲେଖାଏଁ ଲିଗ୍ ମ୍ୟାଚ ଖେଳିବେ । ଚାରି ଶେ୍‌୍ରଷ୍ଠ ଦଳ ମଧ୍ୟରେ ସେମିଫାଇନାଲ୍ ଖେଳାଯିବ । ୧୪ ତାରିଖରେ ଫାଇନାଲ୍ ମ୍ୟାଚ ଖେଳାଯିବ ।

Comments are closed.