ଆଜି ରାଜ୍ୟ ପରିଷଦ ଓ କ୍ୟାବିନେଟ ବୈଠକ, ବଜେଟକୁ ମିଳିବ ଅନୁମୋଦନ, ୨୨ଟି ପ୍ରସ୍ତାବ ଉପରେ ମୋହର ସମ୍ଭାବନା

ଭୁବନେଶ୍ୱର- ଆଜି ସଂଧ୍ୟାରେ ରାଜ୍ୟ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟିଯାକ ବୈଠକରେ ଅଧ୍ୟକ୍ଷତା କରିବେ । ମନ୍ତ୍ରୀ ପରିଷଦ ବୈଠକରେ ୨୦୨୧-୨୨ ବର୍ଷ ପାଇଁ ବଜେଟକୁ ଅନୁମୋଦନ ମିଳିବ । ଏଥର ୧ ଦଶମିକ ୭୫ କୋଟି ଟଙ୍କା ଛୁଇଁପାରେ ରାଜ୍ୟ ବଜେଟ ଆକାର । ଆସନ୍ତା ୧୮ରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଉଛି । ପ୍ରଥମେ ବସିବ କ୍ୟାବିନେଟ ବୈଠକ । ଏହା ପରେ ମନ୍ତ୍ରୀ ପରିଷଦ ବୈଠକ ବସିବ । କ୍ୟାବିନେଟ ବୈଠକରେ ୨୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ସମ୍ଭାବନା ରହିଛି ।

Comments are closed.