ଆଜି ୭୧୮ ପଜିଟିଭ, ଆକ୍ରାନ୍ତଙ୍କ ସଂଖ୍ୟା ୧୬୧୧୦କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଜି ରେକର୍ଡ଼ ସଂଖ୍ୟକ ୨୪ ଜିଲ୍ଲାରୁ ୭୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଚିହ୍ନଟ ହୋଇଥିବା ୭୧୮ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୭୯ ଓ ସ୍ଥାନୀୟ ଅଞ୍ଚଳରୁ ୨୩୯ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୧୧୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଗଞ୍ଜାମ ଜିଲ୍ଲାରୁ ୨୩୧, ଖୋର୍ଦ୍ଧାରୁ ୧୫୦, ମାଲକାନଗିରିରୁ ୫୪, କଟକରୁ ୩୨, କେନ୍ଦୁଝରରୁ ୨୮, କୋରାପୁଟରୁ ୨୭, ଝାରସୁଗୁଡ଼ାରୁ ୨୪, ମୟୁରଭଞ୍ଜରୁ ୨୨, ଗଜପତିରୁ ୨୧, ରାୟଗଡ଼ାରୁ ୧୯, ଜଗତସିଂହପୁରରୁ ୧୬, ନୟାଗଡ଼ରୁ ୧୩, ସୁନ୍ଦରଗଡ଼ରୁ ୧୦, ଭଦ୍ରକରୁ ୧୦, ବରଗଡ଼ରୁ ୧୦, ଅନୁଗୁଳରୁ ୯, ବାଲେଶ୍ୱରରୁ ୯, ପୁରୀରୁ ୯, କନ୍ଧମାଳରୁ ୭, ସମ୍ବଲପୁରରୁ ୭,ଢ଼େଙ୍କାନାଳରୁ ୬, ସୋନପୁରରୁ ୫, କେନ୍ଦ୍ରାପଡ଼ାରୁ ୪, ନବରଙ୍ଗପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.