ଆସନ୍ତାକାଲି ରାଜ୍ୟରେ ଦିନ ୧୦ଟାରେ ଦୁଇ ଘଂଟା ପାଇଁ ଟିକାକରଣ ଅଭ୍ୟାସ | News Room Odisha

ଆସନ୍ତାକାଲି ରାଜ୍ୟରେ ଦିନ ୧୦ଟାରେ ଦୁଇ ଘଂଟା ପାଇଁ ଟିକାକରଣ ଅଭ୍ୟାସ

ଭୁବନେଶ୍ୱର-ଆସନ୍ତାକାଲି ଦିନ ୧୦ଟାରେ ଟିକାକରଣ ପାଇଁ ଅଭ୍ୟାସ ହେବ । ସବୁ ଜିଲ୍ଲା ଓ ପୌର ନିଗମରେ ୨ ଘଂଟା ପାଇଁ ଅଭ୍ୟାସ ହେବ । ଏଥିପାଇଁ ପ୍ରସ୍ତୁତି ସାରିବାକୁ ସବୁ ଜିଲ୍ଲାପାଳ ଓ କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି । ସବୁ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ଜିଲ୍ଲାର ଗୋଟିଏ ଉପଖଣ୍ଡ ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ହେବ ଡ୍ରାଏ ରନ୍ । ଗୋଟିଏ ଉନ୍ନୀତ ପିଏଚସି ବା ସିଏଚସିରେ ହେବ ଟିକାକରଣ ଅଭ୍ୟାସ । ଗୋଟିଏ ବଡ ଘରୋଇ ହସପିଟାଲରେ ବି ଡ୍ରାଏ ରନ୍ କରିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।

COVID-19COVID-19 VaccineOdisha Government