ଆସନ୍ତା ବିଧାନସଭା ଅଧିବେଶନ ପାଇଁ କୋରୋନା କଟକଣା କୋହଳ, କୋଭିଡ ଟେଷ୍ଟ ବାଧ୍ୟତାମୂଳକ ନୁହେଁ

ଭୁବନେଶ୍ୱର- ଆସନ୍ତା ୧୮ରୁ ଆରମ୍ଭ ହେଉଥିବା ବଜେଟ ଅଧିବେଶନ ନେଇ ଅଧିକ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସେ କହିଛନ୍ତି ଯେ, କୋରୋନା ସ୍ଥିତି କୋହଳ ହୋଇଥିବାରୁ ବିଧାନସଭାରେ କଟକଣା ମଧ୍ୟ କୋହଳ ରହିବ । ଆସନ୍ତା ଅଧିବେଶନରେ ପ୍ରଶ୍ନକାଳ ରହିବ । ଅଧିବେଶନରେ ୩୧ଟି କାର୍ଯ୍ୟଦିବସ ରହିବ । ୨୨ ତାରିଖରେ ବଜେଟ ଉପସ୍ଥାପନ କରାଯିବ । ୨୫ରେ ବଜେଟ୍ ନେଇ ଆଲୋଚନା ହେବ । ପ୍ରତିଦିନ ବିଧାନସଭା ସାନିଟାଇଜ ହେବ । ବିଧାୟକ କିମ୍ବା ମନ୍ତ୍ରୀ ଚାହିଁଲେ ଭିଡିଓ କନଫରେନସିଂରେ ନିଜ ଅଫିସରୁ ଉପସ୍ଥିତ ରହିପାରିବେ । ବିଧାନସଭା ଯିବା ପୂର୍ବରୁ କୋଭିଡ ଟେଷ୍ଟ ବାଧ୍ୟତାମୂଳକ ହେବ ନାହିଁ । ଯେଉଁ ନେତାଙ୍କ ପାଖରେ ଲକ୍ଷଣ ଦେଖାଯିବ, ସେମାନଙ୍କର ଆଂଟିଜେନ ଟେଷ୍ଟ ହେବ ।

Comments are closed.