ଆସନ୍ତା ୧୧ ତାରିଖରୁ ଖୋଲିବ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ

ଭୁବନେଶ୍ୱର- ରାଜ୍ୟରେ ଆସନ୍ତା ୧୧ ତାରିଖରୁ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ ଖୋଲିବ । ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ମାର୍ଚ୍ଚ ୧୫ ଯାଏଁ କଲେଜ ଓ ବିଶ୍ୱବିଦ୍ୟାଳୟରେ ପଠା ପଢା ଚାଲିବ । ମାର୍ଚ୍ଚ ୧୬ରୁ ୩୧ ଯାଏଁ କଲେଜ ଓ ବିଶ୍ୱବିଦ୍ୟାଳୟର ସେମିଷ୍ଟର ପରୀକ୍ଷା ହେବ । ଏପ୍ରିଲ ୩୦ ତାରିଖରେ ବାହାରିବ ସେମିଷ୍ଟାର ପରୀକ୍ଷା ଫଳ । ଫାଇନାଲ ସେମିଷ୍ଟର ପାଇଁ ଏପ୍ରିଲ ୨ ତାରିଖରୁ ଜୁନ ୧୫ ଯାଏଁ ହେବ ପାଠପଢା । ଜୁନ ୧୬ରୁ ୩୧ ତାରିଖ ଯାଏଁ ସେମିଷ୍ଟର ପରୀକ୍ଷା ହେବ । ଜୁଲାଇ ୧୫ରେ ପ୍ରକାଶ ପାଇବ ଫାଇନାଲ୍ ସେମିଷ୍ଟର ପରୀକ୍ଷା ଫଳ ।

Comments are closed.