ଆସନ୍ତା ୨୪ରୁ ଆରମ୍ଭ ହେବ ଭୁବନେଶ୍ୱର-ପୁଣେ ବିମାନ ସେବା 

ଭୁବନେଶ୍ୱର- ଆସନ୍ତା ୨୪ ତାରିଖରୁ ଭୁବନେଶ୍ୱରରୁ ପୁଣେକୁ ଆରମ୍ଭ ହେବ ବିମାନସେବା । ସେହିଦିନ ଭୁବନେଶ୍ୱରରୁ ପୁଣେକୁ ଉଡିବ ବିମାନ । ଏୟାର ଏସିଆ ବିମାନ ଦିନ ଗୋଟାଏ ୫ ମିନିଟରେ ଭୁବନେଶ୍ୱରରୁ ଉଡାଣ ଆରମ୍ଭ କରି ଅପରାହ୍ନ ୩ଟା ୫୫ରେ ପୁଣେରେ ଅବତରଣ କରିବ । ସେହିଦିନ ପୁଣେରୁ ଅପରାହ୍ନ ୪ଟା ୩୫ରୁ ବାହାରି ଭୁବନେଶ୍ୱରରେ ସଂଧ୍ୟା ୬ଟା ୪୦ ମିନିଟରେ ଅବତରଣ କରିବ ।

ଭୁବନେଶ୍ୱର -ପୁଣେ-ଭୁବନେଶ୍ୱର ସିଧାସଳଖ ବିମାନସେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣେର ରହୁଥିବା ଭାରତୀୟ ସଂପ୍ରଦାୟକୁ ପ୍ରତିଶ୍ରୁତି ଦେଇଥିଲେ । ଆଉ ସେହି ପ୍ରତିଶ୍ରୁତି ରକ୍ଷା ପୂର୍ବକ ଭୁବନେଶ୍ୱର-ପୁଣେ ବିମାନ ସେବା ଆରମ୍ଭ କରିବାକୁ କିଛି ଦିନ ତଳେ ତତ୍ପରତା ପ୍ରକାଶ କରିଥିଲେ ରାଜ୍ୟ ସରକାର । ବିମାନ ସେବା ପାଇଁ ପ୍ରଥମ ତିନି ମାସ ଆର୍ଥିକ ସହାୟତା ଯୋଗାଇଦେବାକୁ ଘୋଷଣା କରିଥିଲେ ରାଜ୍ୟ ସରକାର ।

Comments are closed.