ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲ୍ଲୀ କୋଭିଡ୍ ପଜିଟିଭ୍

କଲମ୍ବୋ – ଶ୍ରୀଲଙ୍କାରେ ପହଞ୍ôଚବାର ଦିନକ ପରେ ଇଂଲଣ୍ଡ ଦଳରେ କରୋନା ପଶିଛି । ଦଳର ସିନିୟର ଅଲରାଉଣ୍ଡର ମୋଇନ୍ ଅଲ୍ଲୀଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ଅଲ୍ଲୀ ୧୦ ଦିନ ପର୍ଯ୍ୟନ୍ତ ପୃଥକବାସରେ ରହିବେ । ଅଲ୍ଲୀଙ୍କ ସଂସ୍ପର୍ଶରେ ଆସିଥିବାରୁ ଦ୍ରୁତ ବୋଲର କ୍ରିସ ୱକ୍ସଙ୍କୁ ମଧ୍ୟ ସଙ୍ଗରୋଧରେ ରହିବେ । ଦୁଇଟି ଟେଷ୍ଟ ଖେଳିବାକୁ ଇଂଲଣ୍ଡ ଟିମ୍ ଗତ ଶନିବାର ଏହି ଶ୍ରୀଲଙ୍କାରେ ପହଞ୍ôଚଥିଲା । ଦୁଇ ମ୍ୟାଚ୍ ଟେଷ୍ଟ ସିରିଜ୍ ଗଲରେ ଜାନୁୟାରୀ ୧୪ରୁ ଆରମ୍ଭ ହେଉଛି ।

ଶ୍ରୀଲଙ୍କାରେ ପହଞ୍ôଚବା ପରେ ଦଳର ସବୁ ସଦସ୍ୟଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା । ଅଲ୍ଲୀଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହି ୩୩ ବର୍ଷୀୟ ଖେଳାଳି ପ୍ରଥମ ଟେଷ୍ଟରୁ ବଞ୍ଚିତ ହେବା ନିଶ୍ଚିତ ହୋଇଛି । ଶ୍ରୀଲଙ୍କା ସରକାରଙ୍କ କୋଭିଡ୍ ଗାଇଡ ଲାଇନ୍ ଅନୁଯାୟୀ, ଅଲ୍ଲୀଙ୍କୁ ୧୦ ଦିନ ପୃଥକବାସରେ ରହିବାକୁ ପଡିବ । ତାଙ୍କ ସହ ୱକ୍ସ ବି ସଙ୍ଗରୋଧରେ ରହିବେ । ସତର୍କତା ମୂଳକ ପଦକ୍ଷେ ସ୍ୱରୂପ ଇଂଲଣ୍ଡ ଦଳର ମଙ୍ଗଳବାର ପୁଣିଥରେ କୋଭିଡ୍ ପରୀକ୍ଷା ହେବ । ତେବେ ସେମାନେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ବୁଧବାର ଠାରୁ ଅଭ୍ୟାସ ଆରମ୍ଭ କରିବେ ।

ଶ୍ରୀଲଙ୍କାରେ ଦୁଇ ମ୍ୟାଚ୍ ଟେଷ୍ଟ ସିରିଜ୍ ଖେଳିବା ପରେ ଇଂଲଣ୍ଡ ଦଳ ଭାରତ ଆସିବ । ଭାରତରେ ଦଳ ୪ଟି ଟେଷ୍ଟ, ପାଞ୍ଚଟି ଟି୨୦ ଓ ତିନୋଟି ଦିନିକିଆ ଖେଳିବା କାର୍ଯ୍ୟକ୍ରମ ରହିଛି ।

Comments are closed.