ଇସ୍ରାଏଲ-ହାମାସ୍ ସଂଘର୍ଷ, ଭାରତୀୟ ମହିଳାଙ୍କ ସମେତ ୨୮ ମୃତ

ଗାଜା ସିଟି: ଇସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହାମାସ୍ ମଧ୍ୟରେ ସଂଘର୍ଷ ତେଜିବାରେ ଲାଗିଛି । ଉଭୟ ପକ୍ଷରୁ ପରସ୍ପର ଉପରକୁ ରକେଟ୍ ମାଡ଼ ହୋଇଛି । ମଙ୍ଗଳବାର ଗାଜା ସିଟିରେ ଅବସ୍ଥିତ ଦୁଇଟି ବଡ଼ କୋଠାକୁ ଇସ୍ରାଏଲ ଟାର୍ଗେଟ କରିଥିଲା । ଏହାର ଜବାବୀ ହମଲାରେ ହାମାସ ଏବଂ ପାଲେଷ୍ଟାଇନର ଅନ୍ୟ ସଶସ୍ତ୍ର ଗୋଷ୍ଠୀ ଦକ୍ଷିଣ ଇସ୍ରାଏଲ ଉପରେ ଶହ ଶହ ରକେଟ୍ ମାଡ଼ କରିଛନ୍ତି। ଉଭୟ ପକ୍ଷରୁ ଏହି ଆକ୍ରମଣରେ ଛୋଟପିଲାଙ୍କ ସମେତ ମୋଟ ୨୮ ଜଣ ପ୍ରାଣ ହରାଇଛନ୍ତି। ଇସ୍ରାଏଲରେ କାମ କରୁଥିବା କେରଳର ଜଣେ ମହିଳାଙ୍କ ଏହି ପାଲେଷ୍ଟାଇନ ରକେଟ ଆକ୍ରମଣରେ ମୃତ୍ୟୁ ହୋଇଛି । ଏଥିରେ ଆଉ ୧୫୨ ଜଣ ଆହତ ହୋଇଛନ୍ତି। ଯେରୁଶଲମରେ ସପ୍ତାହେ ଧରି ଉତ୍ତେଜନା ପରେ ଏହି ସଂଘର୍ଷ ଘଟିଛି।

ଗାଜା ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ସୋମବାର ସନ୍ଧ୍ୟାରେ ଆରମ୍ଭ ହୋଇଥିବା ଏହି ସଂଘର୍ଷରେ ୧୦ ଜଣ ଶିଶୁ ଏବଂ ଜଣେ ମହିଳାଙ୍କ ସମେତ ୨୮ ଜଣ ପାଲେଷ୍ଟାଇନ ନାଗରିକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅତି କମରେ ୧୬ ଜଣ ଆତଙ୍କବାଦୀ ଅଛନ୍ତି ବୋଲି ଇସ୍ରାଏଲ ସେନା କହିଛି।

Comments are closed.