ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ବୈଠକ

ବ୍ରହ୍ମପୁର: ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଗରୀ ସଂଘର କାର୍ଯ୍ୟକାରିଣୀ ସଭ୍ୟମାନଙ୍କର ବୈଠକ, ସତ୍ୟନାରାୟଣ ମିଶ୍ର, ସଭାପତି ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଗରୀ ସଂଘଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଓଡିଶାର ୧୭ଟି ଜିଲ୍ଲାରେ ବିଭିନ୍ନ ପଦ ପଦବୀରେ ଥିବା ୬୦ରୁ ଅଧିକ ସଂଘର କର୍ମକର୍ତ୍ତା ଏହି ସଭାରେ ଅଂଶଗ୍ରହଣ କରିଥିଲେ ।

ସଭାରେ ବର୍ତମାନର ସ୍ଥିତି, ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଖାମ୍ ଖୁଆଲି ମନୋଭାବ ଓ ଆଗମୀ ଦିନରେ ସଂଘର ଆଭିମୁଖ୍ୟ ଉପରେ ଆଲୋଚନା କରାଯାଇଥିଲା । ଦୀର୍ଘ ସମୟ ଆଲୋଚନା ପରେ ସର୍ବସମ୍ମତି କ୍ରମେ ଯଦି ବ୍ୟାଙ୍କ କର୍ତ୍ତୃପକ୍ଷ ଆଗାମୀ ଦିନରେ ତାଙ୍କର ମନୋଭାବରେ ପରିବର୍ତ୍ତନ କରି ସଂଘର ୫ ଦଫା ଦାବୀ – ୧ . ସାଥୀ ହଂଶିକେଶ ପାତ୍ରଙ୍କ ନିଃସର୍ତ ନିଲମ୍ବନ ଆଦେଶ ପ୍ରତ୍ୟାହାର , ୨ . ୧୯୮୨ ଅନୁକମ୍ପା ଭିତିକ ନିୟମ ଅନୁଯାୟୀ ୪ଗୋଟି ବାକୀ ଥିବା ନିଯୁକ୍ତି ୩ . ନିଯୁକ୍ତି ତାରିଖ ଠାରୁ ସ୍ଥାୟୀ କର୍ମଗରୀ ମାନ୍ୟତା ୪ . ସମସ୍ତ ଅସ୍ଥାୟୀ କର୍ମଗରୀକୁ ଅସ୍ଥାୟୀ ବ୍ୟାଙ୍କ କର୍ମଗରୀ ମାନ୍ୟତା ୫. ସମସ୍ତଙ୍କୁ ( Single Window operator B ) ଭତା ପ୍ରଦାନ ଉପରେ ସକାରାତ୍ମକ ମନୋଭାବ ପୋଷଣ କରି ଦାବୀ ପ୍ରତି ଦୃଷ୍ଟି ନ ଦିଅନ୍ତି ତେବେ ଶ୍ରମ ଆୟୁକ୍ତଙ୍କ ରିପୋର୍ଟ ପରେ ପରେ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରି ସମଗ୍ର ୧୭ଟି ଜିଲ୍ଲାରେ କାର୍ଯ୍ୟରତ ୪୪୫ ଟି ଶାଖାକୁ ଅଚଳ କରିଦିଆଯିବ ବୋଲି ଚେତାବନୀ ଦେଇଥିଲେ । ତଥା ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ସଂଘର ସାଧାରଣ ସଂପାଦକ , ଅନ୍ୟାନ୍ୟ କର୍ମକର୍ତ୍ତା ଓ ସଭ୍ୟବୃନ୍ଦ ବସିବେ ବୋଲି ନିଷ୍ପତି ଗ୍ରହଣ କରାଯାଇଛି ।
ବ୍ୟାଙ୍କ କର୍ତ୍ତୃପକ୍ଷ ଓ ପ୍ରାୟୋଜିତ ବ୍ୟାଙ୍କର ମନମୁଖୀ କାର୍ଯ୍ୟକଳାପ କୁ ବିରୋଧ କରାଯାଇଥିଲା । ସରକାରଙ୍କ ପ୍ରାୟୋଜିତ ନୀତି ନିୟମକୁ ଉଲ୍ଲଙ୍ଘନ କରି ପ୍ରାୟୋଜିତ ବ୍ୟାଙ୍କ କର୍ମଚାରୀ ଚୟନ ଓ ପଦୋନ୍ନତି ନିୟମ କୁ ଖୋଲାଖୋଲି ଉଲ୍ଲେଘନ କରୁଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ଓ ମୁଖ୍ୟତଃ ଷ୍ଟେଟ ବ୍ୟାଙ୍କ ପ୍ରାୟୋଜିତ ବ୍ୟାଙ୍କରେ ଏହି ଧାରା ପ୍ରଚଳିତ ଥିବାରୁ , ଷ୍ଟେଟ ବ୍ୟାଙ୍କ ପ୍ରାୟୋଜିତ ବ୍ୟାଙ୍କ ସମନ୍ବିତ ସଂଘର ସବୁ କାର୍ଯ୍ୟକ୍ରମ କୁ ସଫଳ ରୂପରେଖ ଦେବାପାଇଁ ନିଷ୍ପତି ଗ୍ରହଣ କରାଯାଇଅଛି ।

ସଭାର ଆରମ୍ଭରେ ସଂଘର ସଭ୍ୟବୃନ୍ଦ, ଯେଉଁମାନେ ଏ ସମୟ ଭିତରେ ଇହଲୀଳା ସମ୍ବରଣ କରିଛନ୍ତି, ଦେଶ ଓ ଦେଶ ବାହାରେ କୋଭିଡରେ ପ୍ରାଣ ହରାଇଛନ୍ତି କିମ୍ବା କୌଣସି ପ୍ରାକୃତିକ ବିପର୍ଯ୍ୟୟ ତଥା ସୀମା ସୁରକ୍ଷା ତଥା ଆନ୍ତର୍ଜାତିକ କାର୍ଯ୍ୟରେ ପ୍ରାଣତ୍ୟାଗ କରିଛନ୍ତି , ସେମାନଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

Comments are closed.