ଏଥର ଆଂଶିକ ଭାବେ ଡିଏଚଏଚ ପାଲଟିବ କୋଭିଡ ହସପିଟାଲ

ଅଣ କୋଭିଡ ରୋଗୀଙ୍କ ଚିକିତ୍ସା ବ୍ୟାହତ ହେବନି

ସମ୍ବଲପୁର: କରୋନାର କରାଳ ରୂପ ଦିନକୁ ଦିନ ବେକାବୁ ହେବାରେ ଲାଗିଛି । ରେଗୀ ସଂଖ୍ୟା ମାତ୍ରାଧିକ ବ୍ରୁଦ୍ଧି ପାଉଥିବାରୁ ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ମଧ୍ୟ ସୁଚିନ୍ତିତ ମୁକାବିଲାରେ ଲାଗି ପଡିଛନ୍ତି । ଏହି ପରିପ୍ରେଖିରେ ବୁର୍ଲା କୋଭିଡ ହସପିଟାଲ ଉପରେ ବର୍ତମାନ ସାରା ପଶ୍ଚିମ ଓଡିଶା ସାଂଗକୁ  ପଡୋଶୀ ରାଜ୍ୟର ବୋଝ ପଡୁଥିବାରୁ ସ୍ଥିତି ଅସମ୍ଭାଳ ହେଲାଣି । ଏହାକୁ ଦ୍ରୁଷ୍ଟିରେ ରଖି ବୁର୍ଲା କୋଭିଡ ହସପିଟାଲକୁ ୨୨୫ ଶଯ୍ୟା ବିଶିଷ୍ଟ କରାଯାଉଛି । ଏହାଛଡା ଆହୁରି ୩୦୦ ଶଯ୍ୟା ବିଶିଷ୍ଟ ବୁର୍ଲାରେ ଆଉ ଏକ ହସପିଟାଲ ବି ସପ୍ତାହେ ମଧ୍ୟରେ କାର୍ଯ୍ୟଖ୍ୟମ ହେବାକୁ ଯାଉଛି ।

ଏଭଳି ସ୍ଥିତିରେ ବର୍ଧିତ ରୋଗୀ ସଂଖ୍ୟାକୁ ଦେଖି ସମ୍ବଲପୁର ଜିଲ୍ଲା ମୁଖ୍ୟ ହସପିଟାଲରେ ପୁଣି କୋଭିଡ ସେବା ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି । ତେବେ ଏଥର ଡିଏଚଏଚକୁ ସଂପୂର୍ଣ ଭାବେ କୋଭିଡ ହସପିଟାଲରେ ପରିଣତ କରାଯିବ ନାହିଁ । ଆଂଶିକ ଭାବେ କୋଭିଡ ହସପିଟାଲ କରି ଅବଶିଷ୍ଟ ଅଂଶରେ ଅଣକୋଭିଡ ଚିକିତ୍ସା ଜାରି ରହିବ ବୋଲି ଜିଲ୍ଲାପାଳ ଶୁଭମ ସକ୍ସେନା ସୂଚନା ଦେଇଛନ୍ତି ।

ବର୍ତମାନ ଡିଏଚଏଚରେ ମୋଟ୍ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ହେବାକୁ ଯାଉଥିବା ବେଳେ ଏଥିରୁ ୮୫ଟିରେ ଆଇସିୟୁ ସୁବିଧା ମିଳିବ । ଆଉ ଏହି ୮୫ ଶଯ୍ୟା ମଧ୍ୟରୁ ୬୦ଟିରେ ଭେଣ୍ଟିଲେଟର ଲାଗିବା ସହ ଅନ୍ୟ ୨୫ଟି ଷ୍ଟେପଡାଉନ୍ ଆଇସିୟୁ ରହିବ ବୋଲି ସିଡିଏମଓ ଡାକ୍ତର ଶଶୀଭୂଷଣ ପଟେଲ କହିଛନ୍ତି । ଏହାଛଡା କୋଭିଡ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଭାବେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ନିଯୁକ୍ତ ରହିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ଏହି ହସପିଟାଲର ପ୍ରସ୍ତୁତି କାମ ବି ଚୂଡାନ୍ତ ହୋଇଛି ।

 

Comments are closed.