ଏଥର ମାଟ୍ରିକ ପରୀକ୍ଷାରେ ପ୍ରତି ବିଷୟରେ ୮୦ ନମ୍ବର ପ୍ରଶ୍ନ, ୫୦ ଅବଜେକ୍ଟିଭ, ୩୦ ସବଜେକ୍ଟିଭ

ଭୁବନେଶ୍ୱର- ଏଥର ମାଟ୍ରିକ ପରୀକ୍ଷାରେ ପ୍ରତି ବିଷୟ ପାଇଁ ୮୦ ନମ୍ବର ପ୍ରଶ୍ନ ରହିବ । ଏଥିମଧ୍ୟରୁ ୫୦ ମାର୍କ ଅବଜେକଟିଭ ଓ ୩୦ ମାର୍କ ସବଜେକଟିଭ ପ୍ରଶ୍ନ ରହିବ । ମାତ୍ର ୧୦୦ ମାର୍କର ମୂଲ୍ୟାୟନ କରାଯିବ । ୮୦ ମାର୍କର ରେଜଲ୍ଟ ଅନୁଯାୟୀ ବଳକା ୨୦ ମାର୍କ ପାଇଁ ପିଲାଏ ଆଭରେଜ ନମ୍ବର ପାଇବେ । ପରୀକ୍ଷା ସରିବାର ୪୫ରୁ ୫୦ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇବ । ଦ୍ୱିତୀୟ ପର୍ଯ୍ୟାୟରେ ଆବାସିକ ହଷ୍ଟେଲ ଖୋଲିବା ପାଇଁ ଯୋଜନା ରହିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି .

Comments are closed.