ଏପ୍ରିଲ୍ ୩୦ ଯାଏଁ ବ୍ରିଟେନକୁ ବିମାନସେବା ବାତିଲ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀକୁ ନେଇ ବ୍ରିଟେନ ଯାତ୍ରୀମାନଙ୍କ ଆଗମନକୁ ବାରଣ କରିଛି। ଏବେ ଏୟାର ଇଣ୍ଡିଆ ୨୪ ରୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ବ୍ରିଟେନକୁ ବିମାନସେବା ବାତିଲ କରିଦେଇଛି। ଏୟାର ଇଣ୍ଡିଆ ପକ୍ଷରୁ ଏହି ସୂଚନା ଦେଇଛି।

ଏୟାର ଇଣ୍ଡିଆ କହିଛି, “ଯେଉଁ ଯାତ୍ରୀମାନେ ଭାରତ ଏବଂ ବ୍ରିଟେନ ମଧ୍ୟରେ ଯାତ୍ରା କରିବାର ଥିଲା, ସେମାନେ ଧ୍ୟାନ ଦିଅନ୍ତୁ ଯେ ବ୍ରିଟେନ ଦ୍ବାରା ଲାଗୁ ହୋଇଥିବା କଟକଣା ଯୋଗୁଁ ବ୍ରିଟେନକୁ ସମସ୍ତ ବିମାନ ୨୪ ରୁ ୩୦ ଏପ୍ରିଲ ୨୦୨୧ ପର୍ଯ୍ୟନ୍ତ ବାତିଲ କରାଯାଇଛି। ଯାତ୍ରାର ନୂଆ ତାରିଖ ସମ୍ପର୍କରେ ଏବଂ ଟିକେଟ ଅର୍ଥ ଫେରସ୍ତ ନେଇ ଖୁବ ଶୀଘ୍ର ସୂଚନା ଦିଆଯିବ। ”

ମହାମାରୀର ଦ୍ୱିତୀୟ ଲହରୀର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ମଧ୍ୟ ନିଜ ଭାରତ ଗସ୍ତକୁ ବାତିଲ କରିଥିଲେ। ପରବର୍ତ୍ତୀ ସପ୍ତାହ ତଥା ୨୬ ଏପ୍ରିଲରେ ଏହି ଯାତ୍ରା ଧାର୍ଯ୍ୟ କରାଯାଇଥିଲା।

Comments are closed.