କଙ୍ଗନା କରୋନା ପଜିଟିଭ୍

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତ କରୋନା ସଂକ୍ରମିତ ହୋଇଛନ୍ତି। ସୋସିଆଲ ମିଡିଆରେ ସେ ଏହି ସୂଚନା ଦେଇଛନ୍ତି। ସେ ଦିନକ ପୂର୍ବରୁ ନିଜର କରୋନା ପରୀକ୍ଷା କରାଇଥିଲେ, ଯାହାର ରିପୋର୍ଟ ଆଜି ପଜିଟିଭ ଆସିଛି | କଙ୍ଗନା କହିଛନ୍ତି ଯେ ସେ ଘରେ ନିଜକୁ କ୍ବାରେଣ୍ଟାଇନ କରିଛନ୍ତି ଏବଂ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି। କରୋନା ଲକ୍ଷଣ ଦେଖାଯିବା ପରେ ସେ ନିଜର ଟେଷ୍ଟ କରିଥିଲେ ବୋଲି କଙ୍ଗନା କହିଛନ୍ତି ।

ନିଜର ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା କଙ୍ଗନାଙ୍କୁ ନିକଟରେ ଟ୍ବିଟର ବ୍ୟାନ୍ କରିଥିଲା । ପଶ୍ଚିମବଙ୍ଗ ହିଂସା ନେଇ ଉତ୍ତେଜନା ମୂଳକ ପୋଷ୍ଟ ପାଇଁ ତାଙ୍କ ଟ୍ୱିଟର ଆକାଉଣ୍ଟ ବନ୍ଦ କରାଯାଇଥିଲା । ତେବେ କଙ୍ଗନା ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସକ୍ରିୟ ଅଛନ୍ତି ।

Comments are closed.