କଥା ରଖଲେ ମୁଖ୍ୟମନ୍ତ୍ରୀ: ପଛିମ୍ ଉଡିଶା ନେ ସାମ୍ବାଦିକ୍ ମାନକର୍ ଟିକାକରଣ

ସମ୍ବଲପୁର : ମୁଖ୍ୟମନ୍ତ୍ରୀ ତାକର୍ କଥା କେ ରଖିଛନ୍। ସାମ୍ବାଦିକ୍ ମାନଙ୍କର୍ ଉପରେ ଫେର୍ ଘାଏ ତାକର୍ ଦରଦ୍ ଦେଖେଇଛନ୍ । ଦୁଇଦିନ୍ ତଲେଁ ସାମ୍ବାଦିକମାନଙ୍କୁ ମୁଖ୍ୟମନ୍ତ୍ରୀ ସାମ୍ନାର୍ କରୋନା ଯୋଦ୍ଧା ବର୍ଲି ଘୋଷନା କରିଥିଲେ ।

ଆଉ ଇମାନକଁର୍ ସୁରକ୍ଷା ଲାଗି ଇହାଦେ ପଛିମ୍ ଉଡିଶାର୍ ଭିନ୍ ଭିନ୍ ଜିଲା ନେ ଟିକାକରଣ କାମ୍ ଜୋରସୋରରେ ଚାଲିଛେ । ରାଏଜ୍ ସରକାର୍ ସବୁ ବାତ୍ୟା ମୁକାବିଲା ଥିଁ ଯେନତା ସାଫୁଲ୍ ହେଇକରି ଦେଶ୍ ଆର୍ ବିଦେଶେ ନାଁ କରିଛେ , ହେନତା କୋଭିଡ୍ ମୁକାବିଲା ଥିଁ ଭିଲ୍ ଡବ୍ଲ୍ୟୁଏଚ୍ଓ ନୁ ପରଶଂସା ପାଇ ସାରିଛେ ।

ହେଲେ କେନ୍ଦ୍ର ସରକାର୍ ରାଏଜର୍ ଇ କରୋନା ମୁକାବିଲା ଥିଁ ଗୁଟେ କିସମେ ବାଧା ବନୁଛେ । ଉଡିଶାକେ ଯେତକି ଟିକା ଦରକାର୍ ତାର୍ ଦଶ୍ ଭାଗର୍ ଭାଗେ ବି ଦେଇ ନ ପାବାର୍ । ଟିକାର୍ ଘୋର୍ ଅଭାବ୍ ଅଛେ । ତାହାର୍ ଉତାରୁଁ ଭିଲ୍ ମୁଖ୍ୟମନ୍ତ୍ରୀ ସବୁ ସାମ୍ବାଦିକମାନକର୍ ସୁରକ୍ଷା ଲାଗି ଆଘୋ ଟିକାକରଣ କେ ଜୋର୍ ଦେଇଛନ୍ । ଆର୍ ଇହାଦେ ସବୁ ସାମ୍ବାଦିକମାନଙ୍କୁ ସବୁ ଜିଲ୍ଲା ମାନଙ୍କୁ ଟିକା ଦିଆ ଚାଲିଛି ।

ଆଏଜ୍ ସମଲପୁର ପ୍ରେସ୍ କ୍ଲବ ନେ ପ୍ରଶାସନ ଆଡୁ ଖାସ୍ କରି ଆୟୋଜନ୍ ହେଇଛେ । ଇଥିଁ ସବୁ ୧୮ ବଛର୍‌ ନୁ ଉପର୍ କେ ଆର୍ ପହେଲା ଟିକା ନେବାର୍ ଦେଢ଼ ମାସ ପୁରଲା ସାମ୍ବାଦିକମାନଙ୍କୁ ଟିକା ଦିଆ ହେଇଛେ । ପ୍ରେସ୍ କ୍ଲବ ସଭାପତି ତ୍ରିବିକ୍ରମ ପ୍ରଧାନ ଆର୍ ସଂପାଦକ ଭବାନୀ ଶଙ୍କର ଭୋଇ ଇ କାର୍ଯ୍ୟକ୍ରମ କେ ପରିଚାଲନା କରିଛନ୍ । ସେନତା ସୁନ୍ଦରଗଡ ଜିଲ୍ଲା ନେ ହପ୍ତେ ଆଘୋ ନୁ ସରିଥିବା ବେଲକେ ନୂଆପଡା , ବଲାଙ୍ଗୀର , ବରଗଡ ବାଗିର୍ ବାକି ପଛିମ୍ ଉଡିଶାର୍ ଜିଲା ମାନକେଁ ଭିଲ୍ ମୁଲ୍ ହେଲାନ । ରାଏଜ୍ ସରକାର ର ଇ ପଦକ୍ଷେପ୍ କେ ସାମ୍ବାଦିକ ମହଲ୍ ଥିଁ ଗୁରଦୁଟେ ପରଶଂସା କରାଯାଇଛେ ।

Comments are closed.