କରୋନାରେ ଅଭିନେତା ବିକ୍ରମଜିତ୍‌ଙ୍କ ପରଲୋକ

ମୁମ୍ବାଇ: ଫିଲ୍ମ ଏବଂ ଟିଭି ଅଭିନେତା ବିକ୍ରମଜିତ କନୱରପାଲଙ୍କ କରୋନାରେ ପରଲୋକ ହୋଇଯାଇଛି । ତାଙ୍କୁ ୫୨ ବର୍ଷ ହୋଇଥିଲା । ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ବିକ୍ରମଜିତ ଅନେକ ଫିଲ୍ମ ଓ ଟିଭି ସିରିଏଲ୍‌ରେ ବିଭିନ୍ନ ପାଶ୍ୱର୍ ଭୂମିକାରେ ଅଭିନୟ କରିଥିଲେ । ନିକଟରେ ତାଙ୍କୁ କିଛି ୱେବ୍ ସିରିଜ୍‌ରେ ବି ଦେଖିବାକୁ ମିଳିଥିଲା ।

ସେନାରୁ ଅବସର ନେବା ପରେ ବିକ୍ରମଜିତ୍ ୨୦୦୩ରେ ଅଭିନୟ କ୍ଷେତ୍ରରେ ପଦାର୍ପଣ କରିଥିଲେ । ସେ ପେଜ୍‌-୩, ରକେଟ୍ ସିଂ: ସେଲସମ୍ୟାନ୍ ଅଫ୍ ଦି ଇୟର, ଆରକ୍ଷଣ, ମର୍ଡର୨, ଟୁ ଷ୍ଟେଟ୍ସ ଏବଂ ଦି ଗାଜି ଆଟାକ୍ ଭଳି ଫିଲ୍ମରେ ଅଭିନୟ କରିଥିଲେ । ଏହାଛଡ଼ା ବିକ୍ରମଜିତ୍ ଦିୟା ଔର ବତୀ ହମ୍‌, ୟେ ହୈ ଚାହତେଁ, ଦିଲ୍ ହି ତୋ ହୈ ଏବଂ ଅନିଲ କୁପରଙ୍କ ‘୨୪’ ଭଳି ଟିଭି ସିରିଏଲ୍‌ରେ କାମ କରିଥିଲେ । ନିକଟରେ ତାଙ୍କୁ ଡିସନୀ ପ୍ଲସ୍ ହଟ୍‌ଷ୍ଟାର ୱେବ୍ ସିରିଜ୍ ‘ସ୍ପେଶାଲ୍ ଓପ୍ସ’ରେ ଦେଖିବାକୁ ମିଳିଥିଲା । ତାଙ୍କ ଦେହାନ୍ତରେ ଫିଲ୍ମ ଓ ଟିିଭି ଜଗତରେ ଶୋକର ଛାୟା ଖେଳିଯାଇଛି ।

Comments are closed.