କରୋନାରେ ସିପିଏମ୍ ନେତା ସୀତାରାମ ୟେଚୁରୀଙ୍କ ପୁଅଙ୍କ ମୃତ୍ୟୁ

ଗୁରୁଗ୍ରାମ: ବରିଷ୍ଠ ସିପିଏମ୍ ନେତା ସୀତାରାମ ୟେଚୁରୀଙ୍କ ବଡ ପୁଅ ଆଶିଷ ୟେଚୁରୀଙ୍କର ଆଜି ସକାଳେ କରୋନାରେ ମୃତ୍ୟୁ ହୋଇଯାଇଛି । ୟେଚୁରୀ ଟ୍ବିଟ୍ କରି ଏହି ଦୁଃଖଦ ସୂଚନା ଦେଇଛନ୍ତି । ଆଶିଷ ଗତ କିଛି ଦିନ ତଳେ କରୋନା ସଂକ୍ରମିତ ହୋଇଥିଲ । ସେ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ଆଜି ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି ୟେଚୁରୀଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

ଆଶିଷ ୟେଚୁରୀଙ୍କୁ ୩୫ ବର୍ଷ ବୟସ ହୋଇଥିଲା। ସେ କରୋନାରେ ସଂକ୍ରମିତ ହୋଇ ପ୍ରାୟ ଦୁଇ ସପ୍ତାହ ଧରି ଚିକିତ୍ସିତ ହେଉଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ଅକ୍ଲାନ୍ତ ଚେଷ୍ଟା ସତ୍ତ୍ବେ କିନ୍ତୁ ଆଶିଷ ଙ୍କ ଜୀବନ ରକ୍ଷା କରାଯାଇ ପାରିନଥିଲା। ଆଶିଷଙ୍କ ବିୟୋଗ ପରେ ସୀତାରାମ ୟେଚୁରୀଙ୍କ ପରିବାରରେ ପତ୍ନୀ ଏବଂ ଝିଅ ଅଛନ୍ତି।

Comments are closed.