କରୋନା ଅପଡେଟ୍‌: ଚିହ୍ନଟ ହେଲେ ଆଉ ୨୩,୯୫୦ ନୂଆ ରୋଗୀ

ନୂଆଦିଲ୍ଲୀ – ଭାରତରେ ଗତକାଲି ଦୈନିକ ମାମଲା ୨୦ ହଜାର ତଳେ ରହିଥିଲା । ହେଲେ ଗତ ୨୪ ଘଣ୍ଟାରେ ଏଥିରେ ୨୨% ବୃଦ୍ଧି ଘଟିଛି । ଦେଶରେ ଆଉ ୨୩,୯୫୦ ରୋଗୀ ଚିହ୍ନଟ ହୋଇଛନ୍ତି । ଗତକାଲି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୯,୫୫୬ ଥିଲା । ଭାରତରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୯୯ ହଜାରକୁ ବୃଦ୍ଧି ପାଇଛି । ଦିନକରେ ଏହି ରୋଗରେ ଆଉ ୩୩୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ଏଯାବତ୍ ୧ ଲକ୍ଷ ୪୬ ହଜାର ଲୋକ ପ୍ରାଣ ହରାଇଛନ୍ତି । ଗତ ୨୪ ଘଣ୍ଟାରେ ଏହି ରୋଗରୁ ଆ ୨୬,୮୯୫ ଲୋକ ସୁସ୍ଥ ବି ହୋଇଛନ୍ତି । ଦେଶରେ ରିକଭରୀ ରେଟ୍ ୯୫% ରହିଥିବା ବେଳେ ସକ୍ରିୟ ମାମଲା ଖସିବାରେ ଲାଗିଛି । ଦେଶରେ ଏବେ କେବଳ ୨.୯୮ ଲକ୍ଷ ସକ୍ରିୟ ମାମଲା ରହିଛି ।

Comments are closed.