କରୋନା ଅପଡେଟ୍‌: ଦିନକରେ ୨୫ ହଜାରରୁ ଊର୍ଦ୍ଧ୍ୱ ମାମଲା ଚିହ୍ନଟ, ୧୫୮ ମୃତ

ନୂଆଦିଲ୍ଲୀ – ଦେଶରେ କରୋନାର ପୁଣି ଲେଉଟାଣି ହୋଇଛି । ଦୈନିକ ମାମଲା କ୍ରମାଗତ ଭାବେ ବଢ଼ୁଛି । ଗତ ୨୪ ଘଣ୍ଟାରେ ଦେଶରେ ୨୫ ହଜାରରୁ ଊର୍ଦ୍ଧ୍ୱ ମାମଲା ଚିହ୍ନଟ କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ, ଭାରତରେ ଆଉ ୨୫, ୩୧୭ ନୂଆ ମାମଲା ସାମ୍ନାକୁ ଆସିଛି । ଡିସେମ୍ବର ୧୬,୨୦୨୦ ପରେ ଏହା ହେଉଛି ସର୍ବାଧିକ ଦୈନିକ ମାମଲା । ଏହି ରୋଗରେ ଆଉ ୧୫୮ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । କରୋନାରୁ ୧୬,୬୩୭ ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି ।

ଦେଶରେ ଏବେ ମୋଟ କରୋନା ମାମଲା ୧ କୋଟି ୧୩ ଲକ୍ଷ ୫୯,୦୪୫କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୧ ଲକ୍ଷ ୫୮ ହଜାର ୬୦୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ କୋଟି ୯ ଲକ୍ଷ ୮୯ ହଜାର ୮୯୭ ଜଣ ଲୋକ ସୁସ୍ଥ ହୋଇଛନ୍ତି । ଦୈନିକ ସଂକ୍ରମଣ ବଢ଼ୁଥିବାରୁ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଦେଶରେ ଏବେ ମୋଟ ଦୁଇ ଲକ୍ଷ ୧୦ ହଜାର ୫୪୪ ସକ୍ରିୟ ରୋଗୀ ଅଛନ୍ତି ।

Comments are closed.