କରୋନା ଅପଡେଟ୍‌: ଦେଶରେ ଆଉ ୧୧ ହଜାର ନୂଆ ମାମଲା, ୧୧୦ ମୃତ

ନୂଆଦିଲ୍ଲୀ – ଭାରତରେ ଗତ ୨୪ ଘଣ୍ଟାରେ ଆଉ ୧୧,୦୩୯ ନୂଆ ମାମଲା ସାମ୍ନାକୁ ଆସିଛି । ଦିନକରେ ଏହି ମହାମାରୀ ଆଉ ୧୧୦ ଜଣଙ୍କ ଜୀବନ ନେଇଛି । ଗତ ଚାରି ଦିନ ଧରି ଦେଶରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ତଳେ ରହିଛି । ଦୈନିକ ମୃତ୍ୟୁ ସଂଖ୍ୟା ମଧ୍ୟ ଗତ ଏକ ମାସ ଧରି ୩୦୦ ତଳେ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଗତ ୨୪ ଘଣ୍ଟାରେ ଆଉ ୧୪,୨୨୫ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭାରତରେ ବର୍ତ୍ତମାନ ସୁଦ୍ଧା ୧ କୋଟି ୪ଲକ୍ଷ ୬୨,୬୩୧ ଲୋକ ସୁସ୍ଥ ହୋଇସାରିଲେଣି । ଅନ୍ୟପକ୍ଷେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୧ କୋଟି ୭ ଲକ୍ଷ ୭୭,୨୮୪ରେ ପହଞ୍ଚିଛି । ଭାରତରେ ଏବେ କେବଳ ୧ ଲକ୍ଷ ୬୦,୦୫୭ ଲୋକ ଚିକିତ୍ସାଧୀନ ଅଛନ୍ତି ।

Comments are closed.