କରୋନା ଅପଡେଟ୍‌: ଦେଶରେ ଆଉ ୧୩,୭୮୮ ନୂଆ ମାମଲା, ୧୪୫ ମୃତ

ନୂଆଦିଲ୍ଲୀ – ଭାରତରେ ଗତ ୨୪ ଘଣ୍ଟାରେ ଆଉ ୧୩,୭୮୮ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଏହି ରୋଗରେ ଆଉ ୧୪୫ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଗତ ୧୧ ଦିନ ଧରି ଦୈନିକ ମାମଲା ୨୦ ହଜାର ତଳେ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଦେଶରେ ଏବେ ମୋଟ କରୋନା ମାମଲା ୧ କୋଟି ୫ ଲକ୍ଷ ୭୧ ହଜାର ୭୭୩କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୧ ଲକ୍ଷ ୫୨ ହଜାର ୪୧୯ ଲୋକ ପ୍ରାଣ ହରାଇଛନ୍ତି । ଭାରତରେ ଏବେ ସୁଦ୍ଧା ୧ କୋଟି ୨ ଲକ୍ଷ ୧୧ ହଜାର ୩୪୨ ଜଣ ଲୋକ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ମାତ୍ର ୨ଲକ୍ଷ ୮ ହଜାର ସକ୍ରିୟ ତଥା ଚିକିତ୍ସାଧୀନ ରୋଗୀ ଅଛନ୍ତି ।

Comments are closed.