କରୋନା ଅପଡେଟ୍‌: ଦେଶରେ ଆଉ ୯,୧୧୦ ନୂଆ ମାମଲା

ନୂଆଦିଲ୍ଲୀ – ଦେଶରେ କରୋନ ସ୍ଥିତି ସୁଧୁରୁଛି । ଦୈନିକ ମାମଲା ସହ ମୃତ୍ୟୁସଂଖ୍ୟା ବି କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଆଉ ଦେଶରେ କେବଳ ୯,୧୧୦ ନୂଆ ମାମଲା ସାମ୍ନାକୁ ଆସିଛି । ଦିନକରେ ଏହି ମହାମାରୀରେ ୭୮ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଏବେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସକ୍ରିୟ ମାମଲାରେ କ୍ରମାଗତ ହ୍ରାସ ଘଟୁଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ, ଗତ ୨୪ ଘଣ୍ଟାରେ କରୋନାରୁ ଆଉ ୧୪,୦୧୬ ଲୋକ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ କେବଳ ୧ ଲକ୍ଷ ୪୩ ହଜାର ୬୨୫ ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀ ଅଛନ୍ତି । ଦେଶରେ ଏଯାବତ୍ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୮ ଲକ୍ଷ ୪୭,୩୦୪କୁ ବୃଦ୍ଧି ପାଇଛି । ଏହି ରୋଗରେ ଏବେ ସୁଦ୍ଧା ୧ ଲକ୍ଷ ୫୫ ହଜାର ୧୫୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ କୋଟି ୫ ଲକ୍ଷ ୪୮ ହଜାର ୫୨୧ ଜଣ ଲୋକ ସୁସ୍ଥ ହୋଇଛନ୍ତି ।

Comments are closed.