କରୋନା ପାଇଁ ଔଷଧ ଲଞ୍ଚ୍ କଲା ପତଞ୍ଜଳି

ନୂଆଦିଲ୍ଲୀ – କରୋନା ପାଇଁ ବାବା ରାମଦେବଙ୍କ ପତଞ୍ଜଳି ତରଫରୁ ଶୁକ୍ରବାର ଆୟୁର୍ବେଦ ଔଷଧ ଲଞ୍ଚ୍ କରାଯାଇଛି । ଏହି ଔଷଧର ନାମ ରଖାଯାଇଛି ‘କରୋନିଲ’ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷ ବର୍ଦ୍ଧନ ଓ ପରିବହନ ମନ୍ତ୍ରୀ ନିତିନି ଗଡକରୀଙ୍କ ଉପସ୍ଥିତିରେ ପତଞ୍ଜଳିର ଏହି କରୋନା ଔଷଧ ଲଞ୍ଚ୍ କରାଯାଇଛି ।

ରାମଦେବ କହିଛନ୍ତି ଯେ, ପତଞ୍ଜଳିର ଏହି କରୋନା ଔଷଧ ଗବେଷଣା ସିଦ୍ଧ ଏବଂ ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବି ସ୍ୱୀକୃତି ଲାଭ କରିଛି । ଏହି ଔଷଧ ରୋଗୀଙ୍କୁ କରୋନାରୁ ସୁସ୍ଥ କରିବାକୁ ସମ୍ପୂର୍ଣ୍ଣ ସମର୍ଥ । ଟ୍ରାଏଲରେ ଏହି ଔଷଧର ପ୍ରଭାବ ପ୍ରମାଣିତ ହୋଇଛି ବୋଲି ରାମଦେବ କହିଛନ୍ତି । ଏଥିପାଇଁ ସେ ‘କରୋନିଲ’ ଉପରେ ହୋଇଥିବା ଗବେଷଣା ସମ୍ବନ୍ଧୀୟ ପ୍ରମାଣ ବି ଉପସ୍ଥାପନ କରିଥିଲେ ।

କରୋନାକୁ ହରାଇବା ପାଇଁ ଗତବର୍ଷ ପତଞ୍ଜଳି ଏକ ଔଷଧ ବାହାର କରିଥିବା ଦାବି କରିଥିଲା । ଏହାର ନାମ ମଧ୍ୟ ‘କରୋନିଲ’ ରଖାଯାଇଥିଲା । ତେବେ ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ କମ୍ପାନୀ ନିଜ ସ୍ପଷ୍ଟୀକରଣରେ କହିଥିଲା ଯେ, ଏହା କେବଳ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଉଦ୍ଦିଷ୍ଟ ।

Comments are closed.