କରୋନା ପ୍ରକୋପ: ଆଜିଠୁ ଦିଲ୍ଲୀରେ ରାତ୍ରିକାଳୀନ କର୍ଫ୍ୟୁ

ନୂଆଦିଲ୍ଲୀ – କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଜିଠାରୁ ଦିଲ୍ଲୀ ସରକାର ଜାତୀୟ ରାଜଧାନୀ ନଗରୀରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଛନ୍ତି । ଦିଲ୍ଲୀରେ ରାତି ୧୦ଟାରୁ ସକାଳ ୫ଟା ଯାଏଁ କଫ୍ରୁ୍ୟ ଲାଗିବ ।

ଦିଲ୍ଲୀରେ ଗତ କିଛିଦିନ ଧରି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ, ଦିଲ୍ଲୀରେ କୋଭିଡ୍‌-୧୯ର ଚତୁର୍ଥ ଲହରୀ ଚାଲିଛି । କିନ୍ତୁ ରାଜଧାନୀ ନଗରୀରେ ଲକଡାଉନ୍ ଲଗାଇବା ପାଇଁ ନିଷ୍ପତ୍ତି ହୋଇନାହିଁ । ସ୍ଥିତି ଉପରେ ନଜର ରଖାଯାଇଛି । ଜନ ସାଧାରଣଙ୍କ ସହ ପରାମର୍ଶ ପରେ ହିଁ ଲକ୍‌ଡାଉନ୍ ନେଇ ବିଚାର କରାଯିବ ବୋଲି କେଜରିୱାଲ କହିଛନ୍ତି ।

ଦିନକରେ ଦିଲ୍ଲୀରେ ୩୫୪୮ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୧୫ ଜଣଙ୍କ ମୃତ୍ୟୁ ହୋଇଛି । କର୍ଫ୍ୟୁ ସମୟରେ ଦିଲ୍ଲୀରେ ଅତ୍ୟାବଶକ ସେବାକୁ ଛାଡ଼ି ସବୁ ବନ୍ଦ ରହିବ । ଯାନବାହନ ଓ ଲୋକଙ୍କ ଯାତାୟତ ଉପରେ ବି କଟକଣା ଲଗାଯାଇଛି । ଟିକା ହିତାଧିକାରୀ, ଡାକ୍ତର, ନର୍ସ ଓ ଅନ୍ୟ ସବୁ ସ୍ୱାସ୍ଥ୍ୟକର୍ମୀଙ୍କ ସହ ପୋଲିସ୍‌କର୍ମୀ ଏବଂ ସାମ୍ବାଦିକ ମାନଙ୍କ ପାଇଁ କର୍ଫ୍ୟୁ କୋହଳ କରାଯିବ ।

Comments are closed.