କରୋନା ସଂକ୍ରମଣ ଅଣାୟତ୍ତ, ବ୍ରିଟେନରେ ପୁଣି ଲକଡାଉନ୍ ଘୋଷଣା | News Room Odisha

କରୋନା ସଂକ୍ରମଣ ଅଣାୟତ୍ତ, ବ୍ରିଟେନରେ ପୁଣି ଲକଡାଉନ୍ ଘୋଷଣା

ଲଣ୍ଡନ – କରୋନାର ନୂଆ ଷ୍ଟ୍ରେନ୍ ଆବିଷ୍କୃତ ହେବା ପରଠୁ ବ୍ରିଟେନରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ପୁଣି ଦେଶରେ ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି । ଫେବୃୟାରୀ ମଧ୍ୟ ପର୍ଯ୍ୟନ୍ତ ବ୍ରିଟେନ୍ ଲକଡାଉନରେ ରହିବ ବୋଲି ଦେଶବାସୀଙ୍କୁ ସମ୍ବୋଧନ କରିବା ଅସବରରେ ଜନସନ କହିଛନ୍ତି । ନୂଆ କଟକଣା ବୁଧବାର ଠାରୁ ଲାଗୁ ହେବ । ଏହି ସମୟ ମଧ୍ୟରେ ବ୍ରିଟେନରେ ସବୁ ସ୍କୁଲ ବନ୍ଦ ରହିବ । ଆବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

ବ୍ରିଟେନରେ ନୂଆ କରୋନା ଷ୍ଟ୍ରେନ୍ ଜନିତ ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ି ଚାଲିଛି । ସୋମବାର ସୁଦ୍ଧା ଦେଶରେ ୨୭,୦୦୦ ନୂଆ ମାମଲା ରେକର୍ଡ କରାଯାଇଛି । ଯାହାକି ଗତବର୍ଷ ଏପ୍ରିଲ ତୁଳନାରେ ୪୦% ଅଧିକ । ଗତ ମଙ୍ଗଳବାର ବ୍ରିଟେନରେ ଦିନକରେ ୮୦ ହଜାର ଲୋକ ପଜିଟିଭ୍ ଚିହ୍ନଟ ହୋଇଥିଲେ ।

କରୋନା ପ୍ରକୋପ ଭୟାନକ ହେଉଥ୍‌ôବା ବେଳେ ଏକଜୁଟ୍ ହୋଇ ଏହି ନୂଆ ଷ୍ଟ୍ରେନ୍ ବିରୋଧରେ ଲଢ଼ିବାକୁ ପ୍ରଧାନମନ୍ତ୍ରୀ ଜନସନ୍ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ।

Lockdown In UK