କରୋନା ସଙ୍କଟ: ଭାରତରେ ୩.୯୨ ଲକ୍ଷ ନୂଆ ଆକ୍ରାନ୍ତ, ୩୬୮୯ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ପ୍ରଳୟ ଜାରି ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩,୯୨,୪୮୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଏହି ରୋଗରେ ରେକର୍ଡ ୩୬୮୯ ଲୋକଙ୍କ ମୃତ୍ୟୁ ହୋଇଛି । ବିଶ୍ୱର ପ୍ରଥମ ଦେଶ ଭାବେ ଗତକାଲି ଭାରତରେ ସଂକ୍ରମଣ ୪ ଲକ୍ଷ ଟପିଥିଲା । ଆଜି ଏହି ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଛି । କିନ୍ତୁ କ୍ରମାଗତ ଚତୁର୍ଥ ଦିନ ପାଇଁ ଦୈନିକ ମୃତ୍ୟୁ ସଂଖ୍ୟା ୩ ହଜାରରୁ ଊର୍ଦ୍ଧ୍ୱ ରହିଛି । ଦିନକରେ ଆଉ ୩,୦୭,୮୬୫ ଲୋକ ସୁସ୍ଥ ମଧ୍ୟ ହୋଇଛନ୍ତି ।

ବିଶ୍ୱର ୪୦% ମାମଲା ଏବେ ଭାରତରେ ଚିହ୍ନଟ ହେଉଛି । ଏଥିରୁ ଦେଶରେ କୋଭିଡ୍ ସ୍ଥିତିର ଭୟାବହତାକୁ ଅନୁମାନ କରାଯାଇପାରେ ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୫୯ ଲକ୍ଷ ୫୭ ହଜାର ୪୫୭କୁ ବୃଦ୍ଧି ପାଇଛି । ଏଯାବତ୍ ଭାରତରେ ଏହି ମହାମାରୀ ଯୋଗୁଁ ୨ ଲକ୍ଷ ୧୫ ହଜାର ୫୪୨ ଜଣଙ୍କ ମୃତ୍ୟୁ ହୋଇଛି । ଏହାଛଡ଼ା ୧ କୋଟି ୫୯ ଲକ୍ଷ ୯୨ ହଜାର ୨୭୧ ଜଣ ଲୋକ ଏହି ରୋଗରୁ ସୁସ୍ଥ ବି ହୋଇଛନ୍ତି । ଭାରତରେ ସକ୍ରିୟ ମାମଲା କ୍ରମାଗତ ବଢ଼ୁଛି । ଏହି ସଂଖ୍ୟା ଏବେ ୩୩ ଲକ୍ଷ ୪୯ ହଜାର ୬୪୪ରେ ପହଞ୍ଚିଛି ।

Comments are closed.