କର୍ଣ୍ଣାଟକ ପୌର ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ, ୧୦ରୁ ୭ଟିରେ କଂଗ୍ରେସର ବିଜୟ

ବେଙ୍ଗାଲୁରୁ: ପାଞ୍ଚ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଫଳାଫଳ ପୂର୍ବରୁ କର୍ଣ୍ଣାଟକରେ ବିଜେପିକୁ ଏକ ବଡ଼ ଝଟକା ଲାଗିଛି। ରାଜ୍ୟରେ ହୋଇଥିବା ପୌର ନିର୍ବାଚନରେ ​ ଶାସକ ବିଜେପି ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛି। ଯେଉଁ ୧୦ଟି ପୌର ସଂସ୍ଥା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ସେଥିମଧ୍ୟରୁ ୭ଟିକୁ କଂଗ୍ରେସ କବଜା କରିଛି। ବିଜେପି କେବଳ ଗୋଟିଏ ପରିଷଦ ହାସଲ କରିଛି। ପୌର ନିର୍ବାଚନ ଫଳାଫଳ ପରେ କର୍ଣ୍ଣାଟକ କଂଗ୍ରେସ କମିଟି ସଭାପତି ଡି.କେ ଶିବକୁମାର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି।

କଂଗ୍ରେସ ବିଜୟ ଉପରେ ଡି.କେ ଶିବକୁମାର ଟ୍ୱିଟ କରି କହିଛନ୍ତି, ‘ପୌର ନିର୍ବାଚନରେ ​​କଂଗ୍ରେସ ୭ଟି ଆସନ ଜିତିଛି। ବିଜେପି ମାତ୍ର ଗୋଟିଏରେ ଜିତିଛି। କଂଗ୍ରେସ ଦଳ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଏବଂ ବିଜେପିକୁ ଏହାର ଭୁଲ୍ ପାଇଁ ଦଣ୍ଡ ଦେଇଥିବାରୁ ମୁଁ କର୍ଣ୍ଣାଟକର ଲୋକଙ୍କୁ ଧନ୍ୟବାଦ ଦେଉଛି। ମୋଟ ଉପରେ କଂଗ୍ରେସ ୧୧୯ଟି ଆସନ ଜିତିଥିବାବେଳେ ଜେଡି (ଏସ) ୬୭ଟି ଆସନ ଜିତିଛି। ବିଜେପି ମାତ୍ର ୫୬ଟି ଆସନ ସହ ତୃତୀୟ ସ୍ଥାନକୁ ଖସିଛି ।

Comments are closed.