କିଛି ଜିଲ୍ଲାରେ ଟିକାକରଣ ହାର ମାନ୍ଦା, ଆସନ୍ତା ୧୦ ସୁଦ୍ଧା ଶତ ପ୍ରତିଶତ ଲକ୍ଷ୍ୟ ପୂରଣ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର- ରାଜ୍ୟର କିଛି ଜିଲ୍ଲାରେ କୋଭିଡ ଟୀକାକରଣ ହାର ଖୁବ୍ କମ ରହିଛି । ଏ ନେଇ ରାଜ୍ୟ ସରକାର ଅସନ୍ତୋଷ ପ୍ରକାଶ କରିଛନ୍ତି । ଆସନ୍ତାମାସ ୧୦ ତାରିଖ ସୁଦ୍ଧା ଶତ ପ୍ରତିଶତ ଟିକାକରଣ ଲକ୍ଷ୍ୟ ହାସଲ ଲାଗି ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲାପାଳଙ୍କୁ କୁହାଯାଇଛି । ସମସ୍ତ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ପ୍ରଥମ ଡୋଜ୍ ଟିକାକରଣ ଫେବ୍ରୁଆରୀ ୧୦ ତାରିଖରେ ଶେଷ ହେଉଛି । ଏ ନେଇ ସବୁ ଜିଲ୍ଲାପାଳ ଓ ପୌର କମିଶନର ଅବଗତ ଅଛନ୍ତି । କିନ୍ତୁ ଗତ ସପ୍ତାହରେ କିଛି ଜିଲ୍ଲାରେ ଟିକାକରଣ ହାର ସନ୍ତୋଷଜନକ ନୁହେଁ ବୋଲି ରାଜ୍ୟ ସରକାର କହିଛନ୍ତି । ତେଣୁ ଆସନ୍ତାମାସ ୧୦ ତାରିଖ ସୁଦ୍ଧା ଟିକାକରଣ ଲକ୍ଷ୍ୟ ହାସଲ ଲାଗି ସେସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ କୁହାଯାଇଛି । ସୂଚନା ଅନୁସାରେ ଦେବଗଡ, ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର, ନୟାଗଡ, କଟକ, ସମ୍ବଲପୁର ଜିଲ୍ଲାରେ ଟିକାକରଣର ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରିନାହିଁ । ତେଣୁ ଶତ ପ୍ରତିଶତ ଲକ୍ଷ୍ୟ ପୂରଣ ପାଇଁ ଏସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଦେବଗଡ ଜିଲ୍ଲାରେ ମାତ୍ର ୪୨ ପ୍ରତିଶତ ଟିକାକରଣ ହୋଇଛି ।

Comments are closed.