କୁରାନରୁ ୨୬ଟି ପଦ ହଟାଇବା ନେଇ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ – କୁରାନରୁ ୨୬ଟି ପଦ ହଟାଇବା ସହ ଜଡିତ ଏକ ଜନସ୍ୱାର୍ଥ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଏହା ସହିତ ଆବେଦନକାରୀଙ୍କ ଉପରେ ୫୦ ହଜାର ଟଙ୍କା ଜରିମାନା ମଧ୍ୟ ଲଗାଯାଇଛି। ଶିଆ ୱାକଫ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ୱାସିମ ରିଜଭି ଏକ ଜନସ୍ୱାର୍ଥ ମାମଲା (ପିଏଲ) ଦାଖଲ କରିଥିଲେ ଏବଂ କୁରାନ ସରିଫଙ୍କ ୨୬ ପଦ ହଟାଇବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ଦାବି କରିଥିଲେ। ରିଜଭିଙ୍କ ଯୁକ୍ତି ଥିଲା ଯେ ଏହି ପଦଗୁଡ଼ିକ ମଣିଷକୁ ହିଂସାତ୍ମକ ତଥା ଆତଙ୍କବାଦ ଶିକ୍ଷା ଦେଉଛି। ଏବଂ ଅଣ ମୁସଲମାନଙ୍କ ହତ୍ୟା ପାଇଁ ପ୍ରେରିତ କରୁଛି ।

Comments are closed.