କୃଷି ଆଇନ ନେଇ ଆଜି ଚାଷୀ ଓ ସରକାରଙ୍କ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ଆଲୋଚନା

ନୂୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନର ଆଜି ହେଉଛି ୪୦ ତମ ତଥା ଗୁରୁତ୍ୱପୂର୍ଣ୍ଣ ଦିନ । ଅଳ୍ପ ସମୟ ମଧ୍ୟରେ କୃଷକ ଓ ସରକାରଙ୍କ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ଆଲୋଚନା ହେବ। ଏଥିପାଇଁ କୃଷକ ନେତାମାନେ ବିଜ୍ଞାନ ଭବନରେ ପହଞ୍ଚିଛନ୍ତି। କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନ ନିଜ ଜିଦ୍ ରେ ଅଟଳ ରହିଛନ୍ତି। ସୂଚନା ଅନୁଯାୟୀ, ଚାଷୀମାନଙ୍କୁ ମନାଇବା ପାଇଁ ସରକାର ଆଇନର ପ୍ରତ୍ୟେକ ଧାରା ଉପରେ ଆଲୋଚନା କରିପାରିନ୍ତି ।

ଆଜି ଏକ ସକରାତ୍ମକ ସମାଧାନ ଆଶା କରାଯାଉଛି ବୋଲି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି। ଆମେ ସମସ୍ତ ବିଷୟ ଉପରେ ଆଲୋଚନା କରିବୁ | କୃଷକ ନେତାମାନେ କହିଛନ୍ତି ଯେ ଯଦି ସରକାର ସେମାନଙ୍କ ଦାବି ଗ୍ରହଣ ନକରନ୍ତି ତେବେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ।

Comments are closed.