କେନ୍ଦୁପତ୍ର ଉପରୁ ଜି.ଏସ.ଟି ଉଚ୍ଛେଦ ଦାବି

କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ କେନ୍ଦ୍ର ବିରୋଧରେ ଆନ୍ଦୋଳନ ଡାକରl

ସମ୍ବଲପୁର: କେନ୍ଦୁପତ୍ର ଉପରେ କେନ୍ଦ୍ର ସରକାର ୨୦୧୭ ମସିହାରୁ ଶତକତା ୧୮ ଭାଗ ଜି.ଏସ.ଟି ଲାଗୁ କରିଛନ୍ତି । ଏହି ବିଷୟରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଆରମ୍ଭରୁ କେନ୍ଦୁପତ୍ର ଉପରୁ ଜି ଏସ୍ ଟି ଉଚ୍ଛେଦ ପାଇଁ ଦାବୀ କରି ଆସୁଅଛି । ଏହି ବିଷୟରେ ପୂର୍ବରୁ ୨ ଥର କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ମଧ୍ୟ ଏହି କେନ୍ଦ୍ରୀୟ ଟିକସର କୁପ୍ରଭାବ ସଂପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଜଣାଇଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ୩/୪ ବର୍ଷ ମଧ୍ୟରେ ଏହି ଟିକସ ଭଛେଦ ନ ହେବା ଫଳରେ କେନ୍ଦୁପତ୍ର ସଂସ୍ଥାର ଲାଭର ପରିମାଣ ହ୍ରାସ ହେବା ସଂଗେ ସଂଗେ ଏହି ସଂସ୍ଥାରେ କାର୍ଯ୍ୟରତ ପ୍ରାୟ ୧୦/୧୨ ଲକ୍ଷ ତୋଳାଳୀ, ବନ୍ଧେଇ ଶ୍ରମିକ ଓ ସିଜିନାଲ କର୍ମଚାରୀମାନଙ୍କର ଜୀବନ ଜୀବିକା ଉପରେ ଉତ୍କଟ ପ୍ରଭାବ ପଡିଲାଣି।

ଇତି ମଧ୍ୟରେ ପୁନରାୟ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସଭାପତି ବିଜୟ କୁମାର ମହାନ୍ତି ମାର୍ଚ୍ଚ ୧୮ ରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣକୁ ୩ୟ ଥର ପାଇଁ ସ୍ମାରକପତ୍ର ଦେଇଛନ୍ତି ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରି କେନ୍ଦ୍ର ଉପରେ ଚାପ ସୃଷ୍ଟି କରିବାକୁ ସ୍ମାରକପତ୍ର ଦିଆଯାଇଛି ।

ଏହି ସ୍ମାରକପତ୍ରରେ ଶ୍ରୀ ମହାନ୍ତି ଉଲ୍ଲେଖ କରିଛନ୍ତି ଯେ, କେନ୍ଦୁପତ୍ର ଉପରେ ଶତକଡା ୧୮ ଭାଗ ଜି.ଏସ.ଟି ଲାଗୁ କରିବା ଏକ ଶ୍ରମିକ ବିରୋଧି, ମୁଖ୍ୟତଃ ଆଦିବାସୀ ଶ୍ରେଣୀ ଓ ମହିଳାମାନଙ୍କର ୨୦୦୬ ମସିହାର ଜଙ୍ଗଲ ଅଧିକାର ଆଇନ୍ ଅନୁଯାୟୀ ଉକ୍ତ ଟିକସ ଅନ୍ୟାୟ ଓ ନିୟମ ବିରୋଧି ମଧ୍ୟ, ଏହା ସହିତ କେନ୍ଦୁପତ୍ର କଞ୍ଚାମାଲ ସଂଗ୍ରହ ହେବା ପରେ ସେଥିରୁ ପ୍ରସ୍ତୁତ ବିଡି ଉପରେ ଶତକଡା ୨୮ ଭାଗ ଜି.ଏସ.ଟି ଲାଗୁ କରିବା ଯୋଗୁଁ ଏହା ଦୈତ୍ୟ ଟିକସ ନୀତି କେନ୍ଦ୍ର ସରକାରଙ୍କ ଜିନିଷ ଉପରେ ଉକ୍ତ ଟିକସ, ଏପରିକି ୫% ପରିବହନ ଟିକସ ଇତ୍ୟାଦି ଟିକସ ନୀତି ବିରୁଦ୍ଧାଚରଣ
କରୁଅଛି ।

କେନ୍ଦ୍ର ସରକାର ମଧ୍ୟ ଜାଣିବା ଉଚିତ ଯେ , କେନ୍ଦୁପତ୍ର ବ୍ୟବସାୟରୁ ହେଉଥିବା ଲାଭ ରାଜ୍ୟ ସରକାର କିଛି ନେଉନାହାନ୍ତି, ବରଂ ଏଥିରୁ ହେଉଥିବା ଲାଭ କାର୍ଯ୍ୟରତ ତୋଳାଳୀ, ବନ୍ଧେଇ ଶ୍ରମିକ ଓ ସିଜିନାଲ କର୍ମଚାରୀମାନଙ୍କ ପାଇଁ ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମରେ ଖର୍ଚ୍ଚ କରାଯାଉଛି । ଏପରିକି ୨୦୦୬ ମସିହାରେ ଜଙ୍ଗଲ ଅଧିକାର ଆଇନ ଓ ପେସା ଆଇନ ଅନୁଯାୟୀ ରାଜ୍ୟ ସରକାର ଏହାର ସର୍ବମୟ କର୍ତ୍ତା ନ ହୋଇ ବିଭିନ୍ନ ବର୍ଗର ପ୍ରତିନିଧି , ଶ୍ରମିକ ପ୍ରତିନିଧି, ଫଚାୟତ ପ୍ରତିନିଧି ଓ ସଂଘର ପ୍ରତିନିଧିକୁ ନେଇ ମୁଖ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦୁପତ୍ର ଉନ୍ନୟନ ପରିଷଦ ନାମରେ ଏକ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ କମିଟି ଗଠନ କରିଛନ୍ତି ଓ କାର୍ଯ୍ୟରତ ଶ୍ରମିକମାନଙ୍କ ବିଭିନ୍ନ ସାମାଜିକ ନିରାପରା ଏବଂ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଆଲୋଚନା ହୋଇ ଘୋଷଣା ହୋଇଥାଏ । ଏପରିକି ଆୟ ବ୍ୟୟର ବିବରଣୀ ମଧ୍ୟ ଉପସ୍ଥାପିତ ହୋଇଥାଏ।କିନ୍ତୁ ୨୦୧୮ ମସିହାରେ ଉପରୋକ୍ତ ଟିକସ ନୀତି ଯୋଗୁଁ ଉପରୋର ସମସ୍ତ ଶ୍ରମିକ ଶ୍ରେଣୀ କ୍ଷତିଗ୍ରସ୍ତ ହେଉଥିବା ପୃଷ୍ଟ ହୋଇଯାଇଛି । କେନ୍ଦୁପତ୍ର ବ୍ୟବସାୟ ଏହି ଟିକସ ନୀତି ଯୋଗୁଁ ମାନ୍ଦା ଅବସ୍ଥାରେ ଅଛି । ସଂଗୃହୀତ କେନ୍ଦୁପତ୍ର ସେହି ରତୁ ମଧ୍ୟରେ ବିକ୍ରି ହୋଇ ନ ପାରି ପରବର୍ତ୍ତୀ ବର୍ଷ ପର୍ଯ୍ୟନ୍ତ ଗଛିତ ହୋଇରହିଯାଉଛି । ଯାହାଫଳରେ ତାର ଗୁଣାତ୍ମକ ମାନ ହ୍ରାସ ହେଉଛି ଓ କମ ଦରରେ ପତ୍ର ବିକ୍ରି ହେଉଛି, ଏପରିକି ବିକ୍ରି ହୋଇପାରୁନାହିଁ, ଏହାଫଳରେ ଲାଭ ପରିମାଣ ମଧ୍ୟ ଆଶତୀତ ଭାବେ ହ୍ରାସ ପାଉଛି । କିନ୍ତୁ ଜି.ଏସ.ଟି ମଧ୍ୟ କେନ୍ଦ୍ର ସରକାର ଅବିବାରିତ ଭାବେ ଆଦାୟ କରି ଚାଲିଛନ୍ତି
ନିମ୍ନରେ ଏହାର ଏକ ୨୦୧୭ ମସିହାରୁ ୨୦୨୧ ମସିହା ପର୍ଯ୍ୟନ୍ତ ହିସାବର ବିବରଣୀ ପ୍ରଦତ୍ତ କରାଗଲା l
Year Sale GST 18%.
(In lakh) (In lakh)
———————————————-
2017 — 90 crores
2018 46170.86 831075
2019 37688.74 678397
2020 389888.49 701793

Total in three years 31112.65/- lakhs GST

ଯଦି ଉପରୋକ୍ତ ବିପୁଳ ପରିମାଣ ଅର୍ଥ ଉକ୍ତ ସରକାରୀ ପରିଚାଳିତ ବ୍ୟବସାୟରୁ ଆଦାୟ କରାଯାଏ, ତେବେ ଏଥିରେ କାର୍ଯ୍ୟରତ ଶ୍ରମିକ ସେମାନଙ୍କ ନ୍ୟାର୍ଯ୍ୟ ମଜୁରୀ ଓ ବୋନସ ଏବଂ ସାମାଜିକ ନିରାପତ୍ତାମୂଳକ ସହାୟତା ପାଇବେ କିପିର ? ଏହା ହିଁ ଏକ ମାନବିକ ଓ ଆଇନଗତ୍ ପ୍ରଶ୍ନ, ଯେ ହେତୁ ଉପରୋକ୍ତ ଶ୍ରେଣୀର ଶ୍ରମିକମାନେ ୨୦୧୭ ମସିହା ପର୍ଯ୍ୟନ୍ତ ଉକ୍ତ ସଂସ୍ଥା ଲାଭରୁ ସବୁ ପାଇ ଆସୁଥିବା ଓ ଏଥିପାଇଁ ମଧ୍ୟ ସେମାନଙ୍କର ଆଇନଗତ ଅଧିକାର ରହିଛି । ଏଥିଯୋଗୁଁ ଯେଉଁ ବ୍ୟବସାୟୀମାନେ କେନ୍ଦୁପତ୍ର କ୍ରୟ ପାଇଁ ଆଗେଇ ଆସୁଥିଲେ ସେମାନେ ପଛେଇ ଯାଉଥିବା ଲକ୍ଷ୍ୟ କରାଯାଉଛି ଏବଂ ଉତ୍ପାଦନ ସଂଗ୍ରହ ହ୍ରାସ ପାଉଛି ଓ ସଂପୃକ୍ତ ଶ୍ରମିକମାନେ ଯଥାକ୍ରମେ ୧୦ ଲକ୍ଷରୁ ଉର୍ଦ୍ଧ ତୋଳାଳୀ, ୧୮ ହଜାର ବନ୍ଧେଇ ଶ୍ରମିକ ଓ ୧୮ ହଜାର ସିଜିନାଲ କର୍ମଚାରୀଙ୍କ ସମେତ ଅନ୍ୟାନ୍ୟ ଆନୁସଂଗିକ ଶ୍ରମିକ ପ୍ରାୟ ୧୨ ଲକ୍ଷ ଶ୍ରମିକ କ୍ଷତିଗ୍ରସ୍ତ ହେଉଛନ୍ତି ।, ଆଗାମୀ ଦିନରେ ସେମାନଙ୍କର ଜୀବନ ଜୀବିକା ଅଧିକ ବିପନ୍ନ ହେବ ।

ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା, କେନ୍ଦ୍ର ସରକାର ଥିବା ଭାରତୀୟ ଜନତା ପାର୍ଟି ଗତ ସାଧାରଣ ନିର୍ବାଚନରେ ଏହି ବିଷୟକୁ ଉପଲବ୍ଧି କରି କେନ୍ଦୁପତ୍ର ଉପରୁ ଜି, ଏସ.ଟି ଉଚ୍ଛେଦ କରିବା ଓ ଏହି ବାବଦ ଅର୍ଥ ଫେରାଇ ଦେବାକୁ ତାଙ୍କ ବିର୍ବାଚନ ଇସ୍ତାହାରରେ ଘୋଷଣା କରିଥିଲେ ଏବଂ ସେତେବେଳେ ବିଜେପି ସଭାପତି ଓ ବର୍ତ୍ତମାନର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା ମଧ୍ୟ ବିଭିନ୍ନ ସମାବେଶରେ ଏହି ବିଷୟରେ ଗୁରୁତ୍ବ ଦେଇ ଘୋଷଣା କରିଥିଲେ ।

ଗତ ଜାନୁୟାରୀ ୨୪ ତାରିଖରେ ସଂଘର ରାଜ୍ୟ କାର୍ଯ୍ୟକାରୀ କମିଟି ବୈଠକରେ ଜି.ଏସ.ଟି ବିରୁଦ୍ଧରେ ପ୍ରତିବାଦ ଓ ଆନ୍ଦୋଳାତ୍ମକ କାର୍ଯ୍ୟକ୍ରମ ପାଇଁ ନିଷ୍ପତି ହୋଇ ସାରିଛି । ସେହି ନିଷ୍ପତିକୁ ବର୍ତ୍ତମାନର ଜୋଭିତ -୧୯ ପରିସ୍ଥିତିକୁ ଅଖି ଆଗରେ ରଖି ପର୍ଯ୍ୟାୟ ଭିତିକ ଆନ୍ଦୋଳନର କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ସଂଘର ରାଜ୍ୟ ସଭାପତି ଶ୍ରୀ ବିଜୟ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଓ ତିଭିଜନ କର୍ମକର୍ତାଙ୍କ ବୈଠକରେ ସଂପ୍ରତି ନିଷ୍ପତି ନିଆଯାଇଛି।

ପ୍ରଥମେ ଆଗାମୀ ମେ ମାସ ୧ ତାରିଖ ଆନ୍ତଜାର୍ତିକ ଶ୍ରମିକ ଦିବସ ଦିନ ଏହି ଶ୍ରମିକ ବିରୋଧ ଟିକସ ବିରୋଧି ପ୍ରତିବାଦ ଦିବସ ପାଳନ ସହ ମେ ମାସ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ ତୋଳାଳୀଙ୍କ ସହ ସମସ୍ତ ଶ୍ରମିକ କର୍ମଚାରୀ କଳା ବ୍ୟାଚ୍ ପରିଧାନ କରି ପ୍ରତି ଫଡିରେ ଦସ୍ତଖତ ସଂଗ୍ରହ ଅଭିଯାନ କରିବେ, ଯାହାକି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପାଖକୁ ପଠାଯିବ । ପ୍ରାୟ ତିନି ଲକ୍ଷ ଦସ୍ତଖତ୍ ସଂଗ୍ରହ ଲକ୍ଷ୍ୟ ରଖାଯିବ।

ନିର୍ବାଚନ ମଣ୍ଡଳୀର ସାଂସଦମାନଙ୍କୁ ଡିଭିଜନ ଓ ରେଜ କମିଟିର କର୍ମକର୍ତ୍ତାମାନେ ସାକ୍ଷାତ କରି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଦିଆଯାଇଥିବା ସ୍ମାରକ ପତ୍ର ଦେଇ ତାଙ୍କୁ ସୁପାରିସ କରିବାକୁ ଦାବି କରିବେ ।

କେନ୍ଦୁପତ୍ର ବିକ୍ରି ପୂର୍ବରୁ ଜି.ଏସ.ଟି ଉଚ୍ଛେଦ ନହେଲେ ବିକ୍ଷୋଭ ଧାରଣା ଓ ରାସ୍ତା ରୋକ ଆନ୍ଦୋଳନ ଜରିଆରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସଂଘ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି l

ରାଜ୍ୟ କର୍ମକର୍ତ୍ତା ଙ୍କୁ ନେଇ ହୋଇଥିବା ବୈଠକରେ ସାଧାରଣ ସଂପାଦକ ଯୋଗେନ୍ଦ୍ର ତ୍ରିପାଠୀ, ଉପସଭାପତି ଗୋକୁଳ ମେହେର, କୋଷାଧ୍ୟକ୍ଷ ଦୀନବନ୍ଧୁ ବେହେରା, ସଂପାଦକ ଉତ୍କଳମଣି ସତପଥୀ, ସଞ୍ଜିତ୍ ମହାନ୍ତି, ମହମ୍ମଦ୍ ମୁରୁଜ,ଅନାଦି ସାହୁ କ୍ଷେତ୍ର ଚନ୍ଦ୍ର ବାରିକ, କୀର୍ତନ ସେନାପତି, ପଦ୍ମାବତୀ କିଶାନ, ଯଦୁମଣି ପାଣିଗ୍ରାହୀ, ସରୋଜ କର୍ଣ୍ଣ ,ଉପେନ୍ଦ୍ର ସାମଲ, ପ୍ରଦୀପ ସାହୁ ମନୋଜ ସାହୁ, ରାଜୁ ବିସି, କୋକିଳ ସାହୁ, ଚିରାଗ ସିଂ ଦେଓ ଉଦିତ ତ୍ରିପାଠୀ, ଭୁପେନ୍ଦ୍ର ନାୟକ, କିଶୋର ପ୍ରଧାନ, ଶଙ୍କର୍ଷଣ ସାହୁ, ଗନ୍ଧର୍ବ ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Comments are closed.