କେନ୍ଦ୍ର ସରକାରଙ୍କୁ ଝଟକା, କୃଷି ଆଇନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ – କେନ୍ଦ୍ର ସରକାରଙ୍କୁ ବଡ୍ ଝଟକା ଲାଗିଛି । କୃଷି ଆଇନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । କେନ୍ଦ୍ର ସରକାରଙ୍କ ତିନିଟି ଯାକ କୃଷି ଆଇନ ଉପରେ ରହିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ କୃଷି ଆଇନ କା ର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । କୃଷି ଆଇନ ବିରୋଧରେ ପଂଜାବ, ହରିୟାଣା ଓ ରାଜସ୍ଥାନର ଚାଷୀମାନେ ପାଖାପାଖି ୨ ମାସ ହେବ ଦିଲ୍ଲୀରେ ଆନ୍ଦୋଳନ କରୁଛନ୍ତି । ଏ ନେଇ କେନ୍ଦ୍ର ସରକାରଙ୍କ ସହ ଅନେକ ଥର ଆଲୋଚନା ବିଫଳ ହୋଇସାରିଛି । ଗତକାଲି ସୁପ୍ରିମକୋର୍ଟ କୃଷି ଆଇନ ନେଇ କେନ୍ଦ୍ର ସରକାରଙ୍କୁ ତାଗିଦ କରିଥିଲେ ।

Comments are closed.