କଟକ- କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ କୋଟିଆ ଗ୍ରାମପୁଂଜର ୩ଟି ପଂଚାୟତରେ ଆନ୍ଧ୍ର ପ୍ରଦେଶ ସରକାର ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ କରିବାକୁ ବିରୋଧ କରି ଓଡିଶା ସରକାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ୧୯୬୮ ମସିହାରେ ସ୍ଥିତାବସ୍ଥା ପାଇଁ ନିଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ୨୦୦୬ରେ ମଧ୍ୟ ସ୍ଥିତାବସ୍ଥା ବଜାୟ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଆନ୍ଧ୍ର ସରକାର ଏହି ନିର୍ଦ୍ଦେଶ ମାନି ନଥିବାରୁ ଅଦାଲତ ଅବମାନନା ଅଭିଯୋଗ କରି ଓଡିଶା ସରକାର ପିଟିସନ ରୁଜୁ କରିଛନ୍ତି । ତ୍ୱରିତ ଶୁଣାଣି ନେଇ ରାଜ୍ୟ ସରକାର ପିଟିସନ ଦାଖଲ କରିଛନ୍ତି ।