କୋଭାକ୍ସିନ’ର ଏକ୍ସପାଏରୀ ଅବଧି ବୃଦ୍ଧି ପାଇଁ ଡିସିଜିଆଇ ଠାରୁ ଅନୁମତି ମାଗିଲା ଭାରତ ବାୟୋଟେକ୍

ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ଏହାର କରୋନା ଟିକା କୋଭାକ୍ସିନର ଏକ୍ସପାଏରୀ ଅବଧି ବୃଦ୍ଧି କରିବାକୁ ଭାରତୀୟ ଔଷଧ ନିୟାମକଙ୍କ(ଡିସିଜିଆଇ)ଠାରୁ ଅନୁମତି ମାଗିଛି।

ଭରତ ବାୟୋଟେକ୍ କୋଭାକ୍ସିନର ଏକ୍ସପାଏରୀ ତାରିଖକୁ ଛଅ ମାସରୁ ୨୪ ମାସକୁ ବୃଦ୍ଧି କରିବାକୁ ଚାହୁଁଛି | କମ୍ପାନୀ ଏ ବିଷୟରେ ଡିସିଜିଆଇକୁ ଚିଠି ଲେଖିଛି।

ହାଇଦ୍ରାବାଦ ଭିତ୍ତିକ କମ୍ପାନୀ ଭରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ଏହି ଟିକାକୁ ୨-୮ ଡିଗ୍ରୀ ସେଲସିୟସରେ ଛଅ ମାସ ପର୍ଯ୍ୟନ୍ତ ସଂରକ୍ଷଣ କରାଯାଇପାରିବ ।

ସମ୍ପ୍ରତି ଡିସିଜିଆଇକୁ ଲେଖାଯାଇଥିବା ଚିଠିରେ କମ୍ପାନୀ କୋଭାକ୍ସିନ୍‌ର ଏକ୍ସପାଏରୀ ଅବଧି ବଢ଼ାଇବ ପାଇଁ ଅନୁରୋଧ କରିଛି ଏବଂ ଏହାର ପ୍ରସ୍ତାବ ସମର୍ଥନରେ ରିଅଲ୍ ଟାଇମ୍ ତଥ୍ୟ ମଧ୍ୟ ଦେଇଛି।

ଏହାପୂର୍ବରୁ, ଡିଜିସିଆଇ ଫେବୃଆରୀରେ ଆଷ୍ଟ୍ରା ଜେନେକା ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଭ୍ୟାକ୍ସିନ୍ କୋଭିଶିଲ୍ଡର ଏକ୍ସପାଏରୀ ତାରିଖକୁ ୬ ମାସରୁ ୯ ମାସକୁ ବୃଦ୍ଧି କରିଥିଲା।

Comments are closed.