କୋଭିଡ ଚିିକିତ୍ସା ପାଇଁ ଅନ୍ୟ ଜିଲ୍ଲାରୁ ରୋଗୀ ଆସିପାରିବେ କଟକ, ଭୁବନେଶ୍ୱର, କୌଣସି କଟକଣା ନ ଥିବା ସ୍ପଷ୍ଟ କଲେ ରାଜ୍ୟ ସରକାର

ଭୁବନେଶ୍ୱର- ଭୁବନେଶ୍ୱର ଓ କଟକ ସହରକୁ କୋରୋନା ସଂକ୍ରମିତ ଚିକିତ୍ସା ପାଇଁ ଆସିପାରିବେ । ଅନ୍ୟ ଜିଲ୍ଲାର ରୋଗୀଙ୍କ ଉପରେ ଏହି ଦୁଇ ସହରରେ କୌଣସି ପ୍ରତିବନ୍ଧକ ନାହିଁ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ।

ଆକ୍ରାନ୍ତଙ୍କ ସ୍ଥାନାନ୍ତର ବେଳେ ଉପଯୁକ୍ତ ମେଡିକାଲ ପରାମର୍ଶ ସହ ଅକ୍ସିଜେନ୍ ସପୋର୍ଟ ଯୋଗାଇ ଦେବାକୁ ସରକାର ପରାମର୍ଶ ଦେଇଛନ୍ତି । ଅନ୍ୟଜିଲ୍ଲାରୁ ଆକ୍ରାନ୍ତଙ୍କୁ ଟ୍ୱିନ୍ ସିଟି ରେଫର କଲା ବେଳେ ଏସବୁ ଦିଗକୁ ଧ୍ୟାନ ଦିଆଯାଉ ନାହିଁ । ଅସାବଧାନତା ଯୋଗୁଁ ଆକ୍ରାନ୍ତଙ୍କୁ ଠିକ୍ ସ୍ୱାସ୍ଥ୍ୟ ସୁବିଧା ଦେଇ ପଠାଇବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ମହାପାତ୍ର ମଧ୍ୟ ଏ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଥିଲେ ।

Comments are closed.