କୋଭିଡ ଟିକାକରଣ ପାଇଁ ଭୁବନେଶ୍ୱରର ୬ଟି କେନ୍ଦ୍ର, ଏମ୍ସ ବି ସାମିଲ

ଭୁବନେଶ୍ୱର- ରାଜଧାନୀ ଭୁବନେଶ୍ୱରରେ କୋଭିଡ ଟିକାକରଣ ନେଇ ସୂଚନା ଦେଇଛନ୍ତି ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ରାଜଧାନୀରେ ୬ଟି ଟିକାକରଣ କେନ୍ଦ୍ର ହୋଇଛି । ଏମସକୁ ମଧ୍ୟ ଟିକାକରଣ କେନ୍ଦ୍ର ଭାବେ ସାମିଲ କରାଯାଇଛି । ପ୍ରତି କେନ୍ଦ୍ରରେ ଦିନକୁ ୧୦୦ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ଭୁବନେଶ୍ୱରରେ ୨୬ ହଜାର ସ୍ୱାସ୍ଥ୍ୟକର୍ମୀ ପଂଜୀକୃତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯ ହଜାର ପ୍ରଥମ ପର୍ଯ୍ୟାୟରେ ଟିକା ନେବେ । ୨୮ ଦିନ ପରେ ପୁଣି ସେମାନଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯିବ ।

Comments are closed.